ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚୂଡାନ୍ତ ଚିଠା ତାଲିକା ପ୍ରକାଶ
ଛତ୍ରପୁର, (ଦେବଦତ୍ତ ମହାରଣା) :୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଗଞ୍ଜାମ ଜିଲ୍ଲା ୨୨ ବ୍ଲକ ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ପଦ ପାଇଁ ସଂରକ୍ଷଣ ଚୂଡାନ୍ତ ଚିଠା ତାଲିକା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚୂଡାନ୍ତ ଚିଠା ତାଲିକା । ଅଣସଂରକ୍ଷଣ ୧୪ଟି ବ୍ଲକ ଅଣସଂରକ୍ଷଣ, ୭ଟି ବ୍ଲକ ପାଇଁ ଅନୁସୂଚିତ ଜାତି ଏବଂ ଗୋଟିଏ ବ୍ଲକ ପାଇଁ ଅନୁସୂଚିତ ଜନଜାତି ସଂରକ୍ଷଣ ରହିଛି । ସେଥିମଧ୍ୟରୁ ୬ଟି ବ୍ଲକରେ ମହିଳାଙ୍କ ପାଇଁ ଅଣସଂରକ୍ଷିତ ରହିଥିବା ୪ଟି ବ୍ଲକ ଅନୁସୂଚିତ ଜାତି ମହିଳା ଏବଂ ଗୋଟିଏ ବ୍ଲକ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷଣ ରହିଛି । ଆସିକା ବ୍ଲକ ପାଇଁ ମହିଳା, କବିସୂର୍ଯ୍ୟନଗର ବ୍ଲକ ପାଇଁ ମହିଳା, କୁକୁଡାଖଣ୍ଡି ବ୍ଲକ ପାଇଁ ଅଣସଂରକ୍ଷିତ, ଖଲ୍ଲିକୋଟ ବ୍ଲକ ପାଇଁ ଅନୁସୂଚିତ ଜାତି, ଗଞ୍ଜାମ ବ୍ଲକ ପାଇଁ ମହିଳା, ଚିକିଟି ଅନୁସୂଚିତ ଜାତି, ଛତ୍ରପୁର ବ୍ଲକ ପାଇଁ ଅନୁସୂଚିତ ଜାତି ମହିଳା, ଜଗନ୍ନାଥପ୍ରସାଦ ବ୍ଲକ ପାଇଁ ମହିଳା, ଦିଗପହଣ୍ଡି ବ୍ଲକ ପାଇଁ ଅନୁସୂଚିତ ଜାତି ମହିଳା, ଧରାକୋଟ ବ୍ଲକ ପାଇଁ ଅଣସଂରକ୍ଷିତ, ପାତ୍ରପୁର ବ୍ଲକ ଅଣସଂରକ୍ଷିତ, ପୁରୁଷୋତ୍ତମପୁର ବ୍ଲକ ପାଇଁ ଅନୁସୂଚିତ ଜାତି ମହିଳା, ପୋଲସରା ବ୍ଲକ ମହିଳା , ବୁଗୁଡା ବ୍ଲକ ଅଣସଂରକ୍ଷିତ, ବେଗୁନିଆପଡା ବ୍ଲକ ପାଇଁ ଅଣସଂରକ୍ଷିତ, ବେଲଗୁଣ୍ଠା ବ୍ଲକ ପାଇଁ ଅଣସଂରକ୍ଷିତ, ଭଞ୍ଜନଗର ବ୍ଲକ ପାଇଁ ଅନୁସୂଚିତ ଜାତି, ରଙ୍ଗେଇଲୁଣ୍ଡା ବ୍ଲକ ପାଇଁ ମହିଳା, ଶେରଗଡ ବ୍ଲକ ଅଣସଂରକ୍ଷିତ, ସାନଖେମୁଣ୍ଡି ବ୍ଲକ ଅଣସଂରକ୍ଷିତ, ସୋରଡା ବ୍ଲକ ଅନୁସୂଚିତ ଜନଜାତି ମହିଳା, ହିଞ୍ଜିଳି ବ୍ଲକ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି ।


