ବ୍ଲକ ପରିସରରେ ପାନୀୟ ଜଳର ଅଭାବ
ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ପରିସରରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହୋଇଛି । ହାଟଡିହି ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ପଞ୍ଚାୟତରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଲୋକମାନେ ନିଜ ନିଜ କାମ ପାଇଁ ଆସୁଥିବାବେଳେ ପାନୀୟ ଜଳଟୋପେ ପାଇପାରୁ ନାହାନ୍ତି । ଏଠାରେ ଗୋଟିଏ ନଳକୂପ ଥିଲେବି ସେଥିରୁ ସ୍ୱଚ୍ଛ ପାଣି ବାହାରୁ ନଥିବାରୁ ତାହା ସାଧାରଣ ଲୋକମାନେ ପିଇପାରୁ ନାହାନ୍ତି । ବହୁ ଦୁର ଦୁରାନ୍ତରୁ ଲୋକମାନେ ଆସୁଥିବାବେଳେ ଏଠାରେ ପାନୀୟ ଜଳର ଅଭାବ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରିବାପାଇଁ ସାଧାରଣରେ ଦାବି ହେଉଛି ।


