ବ୍ଲକ ଯାଦବ ମହାସଭା ପକ୍ଷରୁ ଯୋଗ ଚିକିତ୍ସା ଶିବିର

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ବ୍ଳକ ଯାଦବ ମହାସଭା ଆନୁକୁଲ୍ୟରେ କୋରୁଆ ଠାରେ ଅନୁଷ୍ଠିତ ଯୋଗ ଚିକିତ୍ସା ଶିବିରର ଉଜ୍ଜାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକକୁ ସାଧାରଣ ସମ୍ପାଦକ କୁଳମଣି ବେହେରା ସଞ୍ଚାଳନ କରିଥିଲେ । ଯାଦବ ମହାସଭାର ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ ଯୁବ ସଭାପତି ଶୁକଦେବ ବେହେରା, ପୁରସ୍ତ ବେହେରା, ତ୍ରିଲୋଚନ ଦାସ ରବିନ୍ଦ୍ର ମହାକୁଡ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ, ସମାଜ ସେବୀ ଶ୍ରୀକାନ୍ତ ନାୟକ, ନିତ୍ୟାନନ୍ଦ ଆଇ .ଟି .ଆଇ ଅଧ୍ୟକ୍ଷ ମନୋଜ କୁମାର ନାୟକ ,ରାକେଶ ପତି ରାଜ୍ୟ ସଦସ୍ଯ ରାଜୀବ ଦାସ ପଞ୍ଚାୟତ ସଭାପତି ଶିବରାମ ଦାସ, ଆକୁଳି ଚରଣ ଦାସ ଶିକ୍ଷାବିତ୍ ଶଙ୍କର୍ଷଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯାଦବ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ । ଯୋଗଗୁରୁ ସଂଜୀବ କୁମାର ନାୟକ ଯୋଗର ଗୁରୁତ୍ୱ ବିଷୟରେ ଆଲୋକପାତ କରିବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର ସହିତ ଚରିତ୍ରକୁ ଆପଣାଇବାକୁ କହିଥିଲେ । ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ ଆସନ୍ତା ଏକ ବର୍ଷ ମଧ୍ୟରେ କୋରୁଆରେଏକ ସ୍ଥାୟୀ ଯୋଗ ଚିକିତ୍ସା ଶିବିର ଗୃହ ନିର୍ମାଣ କରିଦେବେ ବୋଲି ଘୋଷଣା କରିଥିଲେ ।ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ ଚଳିତ ମାସରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅସୁରାଳି ସଭାପତି ସାନନ୍ଦ ବେହେରା କୋଷାଧ୍ୟକ୍ଷ ରଂଜନ କୁମାର ବେହେରା ଅମର ବେହେରା ରମାକାନ୍ତ ମହାକୁଡ ସଙ୍ଗ୍ରାମ ମହାକୁଡ ଧନେଶ୍ଵର ଦାସ ଅମୀୟ ଦାସ ସତ୍ଯ ମହାକୁଡ ରଜନୀ କାନ୍ତ ଦାସ ଅନିଲ ବେହେରା ପ୍ରଶାନ୍ତ ମହାକୁଡ ହଳଧର ମହାକୁଡ ରାଜେନ୍ଦ୍ର ମହାକୁଡ ଅଲେଖ ଦାସ ସୁନିଲ ଦାସ ଅଭିଜିତ୍ ପୁଣ୍ଟିଆ ରଞ୍ଜନ ପୁଣ୍ଟିଆ ଓ ସଂଜଯ ପୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ