ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର):ରାଜ୍ୟ ମହିଳା କମିଶନ ଏବଂ ସାମାଜିକ ମଙ୍ଗଳ ଗଞ୍ଜାମ ଆନୁକୂଲ୍ୟରେ ଚିକିଟୀ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଗୁରୁବାର ଚିକିଟୀ ଗଡ଼ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।
ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରଦୀପ ପ୍ରଜ୍ବଳନ କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର,ବାଲ୍ୟ ବିବାହ,ମହିଳା ସୁରକ୍ଷା ଆଇନ ଓ ମହିଳା ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଣୀ ଡି ନାଗରତ୍ନମ, ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ଅତିରିକ୍ତ ତହସିଲଦାର ସୁଶ୍ରୀ ଶାଶ୍ୱତୀ ଷଡ଼ଙ୍ଗୀ,ଏବିଇଓ ନିଗମାନନ୍ଦ ପଣ୍ଡା ୱାନ ଷ୍ଟେପ ସେଣ୍ଟର ସଭ୍ୟା ଐସ୍ୱର୍ଯ୍ୟା ସାହୁ ଏବଂ ବି ସୁନନ୍ଦା, ବିଷୟ ବିଶେଷଜ୍ଞ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଗୋବିନ୍ଦ ରାଓ ଏବଂ ଏଡେଣ୍ଟ ସୋସିଆଲ ଅଧିକାରୀ ପ୍ରକଳ୍ପ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା ଆଇନ ସଚେତନତା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ତାଲିମ ଦେଇ ଉପସ୍ଥିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ସଂଯୋଜନା କରି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ