ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ନେତୃତ୍ୱ ପ୍ରଶିକ୍ଷଣ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦିବ୍ୟାଙ୍ଗ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିକଳାଙ୍ଗ ମଞ୍ଚ ଓ ଆକ୍ସନଏଡ୍ ଇଣ୍ଡିଆ ମିଳିତ ସହଯୋଗରେ ଅନୁଷ୍ଠିତ ଶିବିିରରେ ସରପଞ୍ଚ ରଞ୍ଜନ କୁମାର ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ୫୨ ଜଣ ଦିବ୍ୟାଙ୍ଗ ପିଲା ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ସରପଞ୍ଚ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଶିବିରକୁ ଉଦ୍‌ଘାଟନ କରିବା ସହିତ ଦିବ୍ୟାଙ୍ଗ ସଚେତନତା ରଥକୁ ସ୍ୱାଗତ କରିଥିଲେ । ଶିବିରକୁ ବ୍ଲକ ସଂଯୋଜକ ତଥା ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀ ହୃଦାନନ୍ଦ ପାଢୀ ପରିଚାଳନା କରିଥିଲେ । ଏଥିରେ ତାଲିମଦାତା ଭାବେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ, କାଦବରାଙ୍ଗ ପଞ୍ଚାୟତର ସାମାଜିକ ସୁରକ୍ଷା ଅଧିକାରୀ ମଦନ ମୋହନ ଚୌଧୁରୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କରୁଣାକର ସାହୁ, ମନୋରଞ୍ଜନ ତ୍ରିପାଠୀ, ପ୍ରସନ୍ନ କୁମାର ସାହୁ, ଈଶ୍ୱର ପାତ୍ର, ଚନ୍ଦ୍ରକାନ୍ତ ନାୟକ, ଅମୂଲ୍ୟ ମହାଳିକ, ଯଦୁମଣି ଦାଶ, ପ୍ରଫୁଲ୍ଲ କୁମାର ରାଉତ, ଦିଲୀପ ବାରିକ ଯୋଗ ଦେଇ ଆଗାମୀ ଦିନରେ ୨୦୧୬ ଭିନ୍ନକ୍ଷମ ଅଧିକାର ଅଧିନିୟମ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସରକାରୀ ସୁବିଧାସୁଯୋଗକୁ କିପରି ଦିବ୍ୟାଙ୍ଗ ମାନଙ୍କ ନିକଟରେ ପହଞ୍ôଚ ପାରିବ ସେନେଇ ମତପୋଷଣ କରିଥିଲେ । ଆଗାମୀ ଦିନରେ ପ୍ରଶାସନିକ ସହଯୋଗରେ ଦିବ୍ୟାଙ୍ଗ ମାନେ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଏବଂ ବ୍ଲକ କମିଟି ସହଯୋଗରେ କାର୍ଯ୍ୟ ହାସଲ କରିପାରିବେ ସେ ସଂପର୍କରେ ଆଲୋଚନା ହୋଇଥିଲା । ଶିବିର ପରିଚାଳନାରେ ବଂଶୀଧର ଜେନା, ମୀନହରି ଦାସ, ଇନ୍ଦୁମତି ଲେଙ୍କା, ସ୍ୱର୍ଣ୍ଣଲତା ପଣ୍ଡା, କେଶବ ସାହୁ, କୃପାସିନ୍ଧୁ ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ