ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ୭୫ ପ୍ରକଳ୍ପ
ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ହୋଇଛି। ଏହି ବିଜ୍ଞାନ ମେଳା କୁ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଶୋଈ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରାୟଦର୍ଶିନୀ ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଳା ପାତ୍ର, ଅତିରିକ୍ତ ତହସିଲଦାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ, ଓ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଅଶୋକ କୁମାର ନାୟକ ପ୍ରକଳ୍ପ ବିଚାରକ ଭାବେ ଯୋଗଦେଇ ମୋଟ ୭ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତର ପାଇଁ ମନୋନୀତ କରିଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟ ରେ କୋଟିବାଡି ୟୁଜିଏଚେସ ର ପ୍ରଣିତା ଗୌଡ ଙ୍କ ପ୍ରାକୃତିକ ଉପାୟରେ କୃଷି, ସିଆରିମାଳ ପିୟୁପିଏସ ର ରୁଦ୍ରପ୍ରସାଦ ସ୍ଵାଇଁ ଙ୍କ ବର୍ଜ୍ୟବସ୍ତୁ ପରିଚାଳନା,ହାଡୁସରାବ ଉଚ୍ଚ ବିଦ୍ୟାଳୟ ର ସୌମ୍ୟରଞ୍ଜନ ପଟ୍ଟନାଇକଙ୍କ ପରିବହନ ପ୍ରକଳ୍ପ,ବୋରଶିଙ୍ଗୀ ଉଚ୍ଚ ବିଦ୍ୟାଳୟ ର ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରକଳ୍ପ,ଗୋବରଲୁଣ୍ଡି ଏନୟୁପିଏସ ର ଭୋଳା ଭୂୟାଁ ଙ୍କ ଗଣିତ ସୂତ୍ର ପ୍ରକଳ୍ପ,ସୋରଡା ଏସବିଏଚେଏସ ର ସୌରଶକ୍ତି ଓ ସ୍ମାର୍ଟ ସିଟି ପ୍ରକଳ୍ପ, ଓ ଏହି ବିଦ୍ୟାଳୟ ର ବିପର୍ଜୟ ପରିଚାଳନା ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛି ଯାହା ବ୍ରହ୍ମପୁର କନିସି ରେ ଚଳିତ ମାସ ଆସନ୍ତା ୨୦ ତାରିଖ ରେ ଆୟୋଜନ ହେବା ପାଇଁ ସ୍ଥିର ହୋଇଛି। ଚଳିତ ବର୍ଷ କେବଳ ସରକାରୀ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ପିଲାଙ୍କ ପାଇଁ ବିଜ୍ଞାନ ମେଳା ର ନିର୍ଦେଶ ଥିବା ହେତୁ ସୋରଡା ବ୍ଲକ ର ମୋଟ ୨୪ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୪୫ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ୭୫ ଟି ପ୍ରକଳ୍ପ ପରିବେଷଣ କରଯାଇଥିଲା। କେବଳ ସରକାରୀ ବିଦ୍ୟାଳୟ ର ନିର୍ଦେଶନାମ ଥିବା ଯୋଗୁଁ ବହୁ ଏଇଡେଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଏଇଡେଡ ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନ ପାଉଥିଲେ ହେଁ ଏହି ବିଜ୍ଞାନ ମେଳା ରୁ ବଞ୍ଚିତ ହୋଇଥିଲେ ଯାହା ବିଦ୍ୟାର୍ଥୀ ଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି।