ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର
ନିମାପଡ଼ା, (ସନ୍ତୋଷ ଦାଶ):ଭୀମଭୋଇ ସାମର୍ଥ୍ୟ ଅଭିଯାନ ଆନୁକୁଲ୍ୟରେ ଆଜି ପୁରୀ ଜିଲ୍ଲା ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।ପିଙ୍ଗଲାକ୍ଷି ପବ୍ଲିକ ୱେଲ ଫେୟାର ଅର୍ଗାନାଇଜେସନ ଦ୍ଵାରା ଆୟୋଜିତ ଏହି ଶିବିର କୁ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଉଦଘାଟନ କରିଥିଲେ ।ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ ,ବ୍ଲକ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ,ସହକାରୀ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ସେଠୀ ,ବ୍ଲକ ଉପାଧ୍ୟକ୍ଷ ଅନୁସୟା ମହାନ୍ତି ,ଏନ ଏ ସି ଉପାଧକ୍ଷ ସନ୍ତୋଷ ଦାଶ ,କାଉନସିଲର ଧନୁର୍ଦ୍ଧର ଦାସ, ପିଙ୍ଗଲାକ୍ଷି ସଂଗଠନ ର ସଭାପତି ଗଗନ ଚନ୍ଦ୍ର ଦାସ ,ଉପ ସଭାପତି ପଦ୍ମଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ନିମାପଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍ଠ ସହାୟକ ପ୍ରମୁଖ ଯୋଗ ଦେଇଥିଲେ ।ଶିବିରରେ ଅସ୍ଥିସଲ୍ୟ ,ମାନସିକ, ନାଶା ,କର୍ଣ୍ଣ ,ଗଳା ଏବଂ ଚକ୍ଷୁ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ପରୀକ୍ଷା କରି ସେମାନଙ୍କୁ ଚିହ୍ନଟ କରିଥିଲେ ।ବ୍ଲକ ର ୩୨ଟି ପଞ୍ଚାୟତ ରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ ଜଣ ଭିନ୍ନକ୍ଷମ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ ।