ବ୍ଲକ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ  ତ୍ରୈମାସିକ ବୈଠକ ଅନୁଷ୍ଠିତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ ବ୍ଲକର ସଦ୍ ଭାବନା ସଭାଗୃହ ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଟାସ୍କଫୋର୍ସ, କିଶୋରୀ ସଶକ୍ତି କରଣ ଓ ବାଲ୍ଯ ବିବାହ ପ୍ରତିରୋଧ ଟାସ୍କ ଫୋର୍ସର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱାଗତ୍ କରିଥିଲେ l ଏହି କାର୍ଯ୍ୟକ୍ରମରେ  ସିଡ଼ିପିଓ ତେରେସ୍ପୋଭ ମଲ୍ଲିକ ଯୋଗଦେଇ ଶିଶୁଙ୍କୁ ସୁରକ୍ଷା ସମ୍ପୋର୍କରେ ଆଲୋକପାତ କରିବା ସହ ବାଲ୍ୟ ବିବାହ ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ହେବା ଆବଶ୍ୟକ ବୋଲି ମୋତ ପ୍ରକାଶ କରିଥିଲେ । ଏ ନେଇ ଲୋକଙ୍କୁ ସଚେତନ ସୃଷ୍ଟି କରିବା  ଉପୋର ଗୁରୁତ୍ୱାରୋପ କରିଥିଲେ । ଏହାସହ ବ୍ଲକରେ ୫୬ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସହ କେତୋଟି ଗ୍ରାମକୁ ଚିହ୍ନଟ କରାଯାଇଛି l ବର୍ତ୍ତମାନ ସୁଦ୍ଧା ବ୍ଲକର ୧୯ ଟି ବାଲ୍ୟବିବାହ କୁ କରାଯାଇଥିବା ବେଳେ ଆଗକୁ କିପରି ଅଧିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l  ଆଶୀର୍ବାଦ ଯୋଜନାରେ ୧୮୧ ଶିଶୁଙ୍କୁ ଜଡିତ କରଯାଇଥିବା ବେଳେ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା l ଏଥିରେ(UNFPA) ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ,(Actionaid)ର ଜିଲ୍ଲା ସଂଯୋଜକ ବିକାଶ ମେହେର୍, ଏସ୍ ଆଇ ସିନ୍ଦୁ ସାର୍କା ପ୍ରମୁଖ ସମେତ ପଞ୍ଚାୟତ ପ୍ରତିନିଧି, ସୁପରଭାଇଜର ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ