ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରି ଶାନ୍ତି ଶୃଙ୍ଖଳା ସହ କିପରି ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ ।  କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ ହୋଇଥିଲା । ପୂର୍ବ ଦୁଇ ବର୍ଷ କରୋନା ଯୋଗୁଁ କେବଳ ପତାକା ଉତ୍ତୋଳନ  ହୋଇଥିବା ବେଳେ ଆଉ ଅନ୍ୟ କୌଣସି ପ୍ରତିଯୋଗିତା ଏବଂ ପୁରସ୍କାର କାର୍ଯ୍ୟକ୍ରମ ହୋଇନଥିଲା ।ହେଲେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସ୍ଵାଧିନତା ଦିବସ ପାଳନ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକ ରେ ତହସିଲଦାର ଚାର୍ଲସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ବିଇଓ ରସାନନ୍ଦ କର,ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିପିଏମ୍ ପିଣ୍ଟୁ ନାୟକ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି, ଏବଂ  ବିଭିନ୍ନ ସରକାରୀ ତଥା  ବେସରକାରୀ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ