ବ୍ଳକସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ବ୍ଳକସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ମର୍ଦ୍ଦଳ ବାଦକ ଗୁରୁ ଲିଙ୍ଗରାଜ ସେନାପତି ଯୋଗ ଦେଇଥିଲେ । ବିଚାରପତି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟ ଆନ୍ତର୍ଜାତୀୟ ନିଫା ଅନୁଷ୍ଠାନର ସଭାନେତ୍ରୀ ତଥା କୁଚିପୁଡି ନୃତ୍ୟୁ ଗୁରୁ ଡି. ଅମ୍ବିକା ଓ ଆନ୍ଧ୍ରପ୍ରଦେଶ କୁଚିପୁଡି ଶିକ୍ଷା ସଂସ୍ଥାର ନୃତ୍ୟଗୁରୁ ଟି. ଶାରଦା ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଳକର ୮ଟି ବିଦ୍ୟାଳୟର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସରକାରୀ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟର ରୁଚିକା, କ୍ରିଷ୍ଣା ଏଣ୍ଡ ପି ଗୋଷ୍ଠୀ ନୃତ୍ୟ ଗୃପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ସିଆରସିସି ରଘୁନାଥ ସାହୁ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଭାରତୀ ଦାଶ ପରିଚାଳନା କରିଥିବା ବେଳେ ସିଆରସିସି ସନ୍ତୋଷ କୁମାର ଗୌଡ, ଶିକ୍ଷୟତ୍ରୀ ଡି.ଗୌରୀ, ଶିକ୍ଷକ ଅଖିଳ ପଣ୍ଡା ପ୍ରସନ୍ନ ସେଠି, ବିଭୁତି ପଟ୍ଟନାୟକ ଓ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।