ବ୍ଳକ ପ୍ରଶାସନର ଦୁର୍ନିତି ଓ ଅରାଜକତା ବିରୁଦ୍ଧରେ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନର ଦୁର୍ନିତି ଓ ଅରାଜକତା ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ହିଞ୍ଜିଳି ବ୍ଳକ ବିଜେପି ପକ୍ଷରୁ ଏକ ଦାବି ପତ୍ର ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହାର ଏକାକିତା ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ପ୍ରଦାନ କରାଯାଇଛି ।
ହିଞ୍ଜିଳିକାଟୁ ବ୍ଳକରେ ସାର ବେପାରୀ ମାନେ ନ୍ଖକ୍ସ ଗୋଦାମରେ ସାର ଗଚ୍ଛିତ ରଖିବା ବଜାରରେ କୃତିମ ଅଭାବ ପରିଲିକ୍ଷିତ କରି ଚାଷୀଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି । ୟୁରିଆ ସାରର ଦର ୨୬୭.୫୦ ଟଙ୍କା ରହିଥିବା ବେଳେ ୪୫୦ ଟଙ୍କା ଓ ୮୭୫ ଟଙ୍କାର ପଟାସ ସାରକୁ ୯୫୦ଟଙ୍କାରେ କଳାବେପାରୀ ମାନେ ବିକ୍ରୟ କରୁଛନ୍ତି । କୃଷି ଅଧିକାରୀ ମାନେ ସାରର ଗଚ୍ଛିତ ପରିମାଣକୁ ଯାଂଚ କରୁନଥିବା ଓ ଚାଷୀ ମାନେ ଏ ନେଇ କୃଷି ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁପଳ ମିଳୁନଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଚାଷ ମାନଙ୍କୁ କାଳିଆ ଯୋଜନାରେ ଲୋଭ ଦେଖାଇ ପରବର୍ତି ସମୟରେ ଅଣଦେଖା କରାଯାଉଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରାଯାଇ, ସେମାନଙ୍କୁ କିଭଳି ସପ୍ତମ କିସ୍ତିରେ ପ୍ରାପ୍ୟ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବା, ବିନା ଟେଣ୍ଡରେ ନଦୀରୁ ବାଲି ଚୋରା ଚାଲାଣ, ପାହାଡ଼ ଖାଦାନରୁ ମୋରମ ଓ ପଥର ଉତୋଳନ କରାଯାଉଛି । ବାଲି ମାପିଆ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥି ସହ ସ୍ଥାନୀୟ ବ୍ଳକ ପ୍ରଶାସନର ଦୁର୍ନିତି ଓ ଅରାଜକତା ଚରମସୀମାରେ ପଂହଚିଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଉପରୋକ୍ତ ଘଟଣାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ହିଞ୍ଜିଳିକାଟୁ ବ୍ଳକ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ ଚେତାବନି ଦିଆଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ନଗର ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ମାଧବ ଗୌଡ଼, ଉପ ସଭାପତି ଆକାଶ ପଟ୍ଟନାୟକ, ସିକିରି ମଣ୍ଡଳ ସଭାପତି ରଶ୍ମିତା ବେହେରା, ପିତଳ ମଣ୍ଡଳ ସଭାପତି ନୟନ ମଳିକ, ଗଣ୍ଡଳା ମଣ୍ଡଳ ସଭାପତି ରମା ପାଢି, କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।


