ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚୟନ କରି ସେମାନଙ୍କୁ ପୁରସ୍କୃତ କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ନିମିତ୍ତ ରାଜ୍ୟ ସରକାର ଶିଶୁ ମହୋତ୍ସବ ସୁରଭି ପ୍ରତି ବିଦ୍ୟାଳୟରେ ପରେ କ୍ଳଷ୍ଟର ଓ ବ୍ଳକସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରି ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ ପାଇଁ ପ୍ରତିଭାଧାରୀ ଶିକ୍ଷାର୍ଥୀ ଙ୍କୁ ଚୟନ ନିମତ୍ତ ଯୋଜନା କରିଛନ୍ତି । ତଦନୁସାରେ ତା ୩୧.୧୦.୨୦୧୯ ଗୁରୁବାର ଦିନ ଭଞ୍ଜନଗର ବ୍ଳକ ର ଦୀନ ବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସୁରଭି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମ କୁ ବି.ଇ.ଓ ଏସ୍.ଧନଞ୍ଜୟ ,ତହସିଲଦାର ଦୀନମଣି ନାୟକ ପ୍ରମୁଖ ଶୁଭ ଉଦଘାଟନ କରିବା ପରେ ବିତର୍କ,ବତ୍କୃତା,ସୃଜନଶୀଳ ଲିଖନ,କୁଇଜ,ଗୀତ,ଦଳଗତ ସାଂସ୍କୃତିକ କାର‌୍ୟ୍ୟକ୍ରମ ,ଚିତ୍ରାଙ୍କନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ଏହି ବ୍ଳକର ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ମାର୍ଗଦର୍ଶୀ ଶିକ୍ଷକଗଣ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରିଥଲେ ା ସମସ୍ତ ସି.ଆର୍.ସି.ସି କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଏ.ବି.ଇ.ଓ ଭାସ୍କର ଲେଙ୍କା, ହୃଷିକେଶ ସ୍ବାଇଁ,ସୂର‌୍ୟ୍ୟ ନାୟକ ପ୍ରମୁଖ କାର‌୍ୟ୍ୟକ୍ରମ ରେ ସହାୟତା କରିଥିଲେ । ଏହି କାର‌୍ୟ୍ୟକ୍ରମର ଉଦଯାପନୀ ଉତ୍ସବରେ ଅତିଥିରୂପେ ଏସ୍.ଡି.ପି.ଓ ଶୁଭ୍ରାଂଶୁ ମିଶ୍ର ଯୋଗଦେଇ କୁନି କୁନି ଶିଶୁଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥଲେ ାଉଦଯାପନୀ ଉତ୍ସବରେ ଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଦୀନ ବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ