ବ୍ୟକ୍ତିଗତ ଜମିରେ ମନରେଗା କାର୍ଯ୍ୟକୁ ନେଇ ବିବାଦ, ବିରୋଧ କରିବାରୁ ଧମକ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ତାମ୍ପଳା ଗ୍ରାମରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ବେଳେ ଜଣେ ଲୋକଙ୍କ ବ୍ୟକ୍ତଗତ ଜମି ଉପରେ ମାଟି ପକାଇବାକୁ ନେଇ ବିବାଦ ଦେଖା ଦେଇଛି । ଏନେଇ ଜମି ମାଲିକ କୈଳାଶ ପାଣି ହାଟଡିହି ବିଡିଓ, ହାଯଡିହି ତହସିଲଦାର, ଏବଂ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । କୈଳାଶଙ୍କ ଅଭିଯୋଗ ଅନୁଯାଇ ତାମ୍ପଳା ମୌଜାର ଖାତା ନଂ-୪୪୭ ପ୍ଲଟ ନଂ-୧୧୯୪ରେ ୬୦ଡିସିମିଲ ଘରବାଡି ଥିବାବେଳେ ତାଙ୍କ ପାଖକୁ ଲାଗି ୧୧୯୫ପ୍ଲଟ ସରକାରୀ ଜମି ରହିଛି । ଏବେ ଗ୍ରାମର ପ୍ରତିମା ବେହେରାଙ୍କ ନାମରେ ଏକ ମାଟିକାମର କାର୍ଯ୍ୟାଦେଶ ବାହାରିଅଛି । ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି କାମକୁ କରାଉଥିବାବେଳେ ଗତ ୧୦ତାରିଖ ରାତିରେ ସେ ମାଟିଆଣି ୧୧୯୪ ପ୍ଲଟରେ ପକାଇଥିଲେ । କୈଳାଶଙ୍କ ପରିବାର ଲୋକେ ତାହାକୁ ବିରୋଧ କରିବାରୁ କାମ କରୁଥିବା ପୁର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିବା ନେଇ କୈଳାଶ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ