ଜିଲ୍ଲାପାଳଙ୍କୁ ଭେଟିଲେ ସନ୍ୟାସୀଙ୍କ ପରିବାର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଶାରିରୀକ ଭିନ୍ନକ୍ଷମ ସନ୍ୟାସୀ ନିଜ ପରିବାରର ଭରଣ ପୋଷଣ ନିମନ୍ତେ ତାକୁ ବ୍ୟବସାୟୀକ ଋଣ ପ୍ରଦାନ କରାଯିବାକଜୁ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପରିବାର ସହିତ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଏଥି ନିମନ୍ତେ ନିର୍ଦେଶ ଦେଇ ସନ୍ୟାସୀକୁ ସଂପୃକ୍ତ ବ୍ୟାଙ୍କ ଯେପରି ଋଣ ପ୍ରଦାନରେ ଆଉ କୈାଣସି ଅବହେଳା ନକରେ ସେଥରପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁରଶାସନ ଗ୍ରାମର ସ୍ୱର୍ଗତ ଗୋଲଖ ମହାନ୍ତିଙ୍କ ଭିନ୍ନକ୍ଷମ ପୁଅ ସନ୍ୟାସୀ ମହାନ୍ତି ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ନିଜେ ଏକ ଛୋଟ ବ୍ୟବସାୟ କରି ନିଜର ପରିବାରକୁ ଭରଣ ପୋଷଣ କରିବା ନିମନ୍ତେ ତାଙ୍କୁ ଋଣ ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିବାରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିମନ୍ତେ ନିର୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ଦେବାରେ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ସନ୍ୟାସୀକୁ ଏକ ତିନିଚକିଆ ସାଇକେଲ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଟ୍ରାଇସାଇକେଲ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ