ବ୍ୟବସାୟୀ ସଂଘର ନଗରପାଳଙ୍କୁ ମୌଳିକ ସମସ୍ୟା ନେଇ ଦାବିପତ୍ର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବାରିପଦା ବ୍ୟବସାୟୀ ସଂଘ ତରଫରୁ ବାରିପଦା ସହରର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ସାକ୍ଷାତ କରି ସମସ୍ୟା ଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ ୨୦୦୩ ମସିହାରେ ଘଟିଯାଇଥିବା କୁମାର ଏଣ୍ଡ କୁମାର ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟବସାୟୀ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟ ବଜାର ସମ୍ମୁଖରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ, ବାରିପଦା ସହରରେ ଦୃତ ଜନସଂଖ୍ୟା ବୃଦ୍ଧି ହେତୁ ମୁଖ୍ୟ ମାର୍କେଟରେ ଦୈନିକ ତିନିରୁ ଚାରି ହଜାର ଲୋକଙ୍କ ସମାଗମ ସହିତ ଅନ୍ୟୁନ ୨୦୦ ଗୋଟି ଦୋକାନୀ ଭାଇ ମାନଙ୍କର ଶୌଚାଳୟ ଜନିତ ସମସ୍ୟା ର ସମାଧାନ ପାଇଁ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ, ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଟ୍ରାଫିକ ମାର୍କେଟ ହନୁମାନ ମନ୍ଦିର ନିକଟ କୂପର ପୁର୍ନଉଦ୍ଧାର ଏବଂ ଟ୍ୟୁବୱେଲର ମରାମତି, କେ.ସି. ସର୍କଲ ଠାରୁ ବାଣ୍ଠିଆ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏବଂ କେ.ସି. ସର୍କଲ ଠାରୁ ପାଲବଣୀ ଗୋଲେଇ ପର୍ଯ୍ୟନ୍ତ ଦେୟମୁକ୍ତ ପାର୍କିଂ ସ୍ଥାନ ନିର୍ମାଣ, ବ୍ୟବସାୟୀ ସଂଘର କାର୍ଯ୍ୟାଳୟ ନିମନ୍ତେ ଏକ ସ୍ଥାୟୀ ସ୍ଥାନ ଯୋଗାଇ ଦେବା ଆଦି ଦାବୀ କରାଯାଇଛି. ବ୍ୟବସାୟୀ ସଂଘର ଅଧ୍ୟକ୍ଷ ପଦ୍ମନାଭ ପୃଷ୍ଟି, ସଭାପତି ଅମିତାଭ ସାହୁ, ସାଧାରଣ ସମ୍ପାଦକ ସରୋଜ କୁମାର ବୋଷ, ବରିଷ୍ଠ ଉପଦେଷ୍ଟା ସାମ୍ବାଦିକ ଡ. ଅକ୍ଷୟ କୁମାର ଅଗରୱାଲା, ଦୋଳଗୋବିନ୍ଦ ଦାଶ, ଅଶୋକ କୁମାର ସାହୁ, କିଶୋର ମହାପାତ୍ର, ଦୁର୍ଗା ଶଙ୍କର ମୋଦୀ, ଯୋଗେଶ୍ୱର ବେହେରା, ମନୋଜ ଷେଣ୍ଢ, କୃଷ୍ଣପ୍ରସାଦ ମହାନ୍ତି, ବାବୁଲାଲ କର୍ଣ୍ଣାନୀ, ଜୟନ୍ତ ଦୁଗର, ବ୍ରହ୍ମାନନ୍ଦ ସାହୁ, ସଞ୍ଜୟ ରାମ, ଜଗନ୍ନାଥ ପୃଷ୍ଟି, ଭବାନୀ ଶଙ୍କର ପୃଷ୍ଟି, ପୂର୍ଣ୍ଣାନନ୍ଦ ପରିଡା, ଦେବଦତ୍ତ ମହାନ୍ତି, ସୁଧାଂଶୁ ଶେଖର ଜେନା ପ୍ରମୁଖ ନଗରପାଳ ଙ୍କ ସହ ଆଲୋଚନାରେ କରିଥିବା ବେଳେ, ନଗରପାଳ ସମସ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି.