ବ୍ୟବସାୟ ବୃଦ୍ଧି ଲାଗି ରେନୋଲ୍ଟର ଲକ୍ଷ୍ୟ

ନୂଆଦିଲ୍ଲୀ, (ଏଜେନ୍ସି): ରେନୋଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ଭେଙ୍କଟରାମ ମାମିଲାପାଲିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ଲାଭଦାୟକ ଉତ୍ପାଦନ, ଗ୍ରାହକଙ୍କ ପ୍ରଥମ ମନୋଭାବ ତିଆରି ଏବଂ ଗୋଟିଏ ଦଳ ଗୋଟିଏ ଲକ୍ଷ୍ୟ ଦକ୍ଷତାରେ ବିକାଶ ପାଇଁ ରଣନୀତି ଧାର୍ଯ୍ୟ କରିଛନ୍ତି । ଏହି ବର୍ଷ ଏକ ନୂଆ ଉତ୍ପାଦର ଶୁଭାରମ୍ଭ କରିବା ନିମନ୍ତେ ପ୍ରସ୍ତୁତି, ଯାହାକି ବାସ୍ତବରେ ଗେମ୍ ଚେଞ୍ଜର । ୨୦୧୮ରେ ଜର୍ମାନୀକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ ସ୍ଥାନରେ ଥିବା ଭାରତୀୟ ଯାତ୍ରୀବାହୀ ଗାଡ଼ି ବଜାର ୨୦୨୨ ସୁଦ୍ଧା ତୃତୀୟ ବୃହତ ଅଟୋମୋଟିଭ୍ ବଜାରରେ ସ୍ଥାନିତ ହେବାକୁ ଯାଉଛି । ଭାରତୀୟ ଅଟୋମୋବାଇଲ ବଜାରରେ ଏକ ଆପେକ୍ଷିକ ନୂଆ ପ୍ରବେଶ ଭାବେ ରେନୋଲ୍ଟ ଇଣ୍ଡିଆ ଗତବର୍ଷ ୫,୦୦,୦୦୦ ବିକ୍ରି ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଏହି ଲକ୍ଷ୍ୟ ହାସଲରେ ଭାରତରେ ଦୃତତମ ଅଟୋମୋବାଇଲ୍ ବ୍ରାଣ୍ଡ ମଧ୍ୟରେ କମ୍ପାନୀ ଅନ୍ୟତମ । ଭାରତ ଗ୍ରୁପ୍ ରେନୋଲ୍ଟ ପାଇଁ ଏକ ରଣନୀତିଭିତ୍ତିକ ବଜାର ଏବଂ ରେନୋର ମିଡିଅମ୍-ଟର୍ମ ଯୋଜନାର ସଫଳତା ପାଇଁ କମ୍ପାନୀର ଏକ ସ୍ପଷ୍ଟ ଭାରତୀୟ ନିତି ରହିଛି । ରେନୋଲ୍ଟ ଇଣ୍ଡିଆ ଭେଙ୍କଟରାମ ମାମିଲାପାଲିଙ୍କୁ ନୂଆ ଦେଶୀୟ ପରିଚାଳନା ନିର୍ଦ୍ଦେଶକ ଭାବେ ଘୋଷଣା କରିଛି ଏବଂ ୨୮ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ତାଙ୍କର ଅଟୋମୋଟିଭ୍ ଅଭିଜ୍ଞତା ରହିଛି । ସେ ଭାରତ ଓ ସାର୍କ ଦେଶମାନଙ୍କରେ ରିନୋଲ୍ଟର ପରିଚାଳନାକୁ ସମ୍ଭାଳିବେ । ଏହା ପୂର୍ବରୁ ଭେଙ୍କଟରାମ ଋଷିଆରେ ରେନୋ-ନିଶାନ-ଆବ୍ଟୋବାଜ୍ ମୁଖ୍ୟ ଥିଲେ । ଗ୍ରୁପ ରେନୋଲ୍ଟରେ ଯୋଗ ଦେବା ପୂର୍ବରୁ, ଭେଙ୍କଟରାମ ବିଭିନ୍ନ ଭାରତୀୟ ଓ ବିଶ୍ୱସ୍ତରୀୟ ଓଇଏମ୍ଗୁଡ଼ିକରେ ପ୍ରମୁଖ ସ୍ଥାନରେ କାର୍ଯ୍ୟ କରିଛନ୍ତି । ଭେଙ୍କଟରାମ ନିଜ ସହ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଗୁଣବତ୍ତା, ନିର୍ମାଣ ଓ ଲଜିଷ୍ଟିକ୍ ସହ ଭାରତୀୟ ଅଟୋମୋଟିଭ୍ ଲ୍ୟାଣ୍ଡସ୍କେପ୍ର ବୃହତ ଅନୁଭବ ଆଣିଛନ୍ତି । ଯାହା ରେନୋଲ୍ଟ ଇଣ୍ଡିଆ ପାଇଁ ଭାରତରେ କମ୍ପାନୀର ବ୍ୟାପକ ସମ୍ପ୍ରସାରଣରେ ହାହାଯ୍ୟ କରିବ । ସେ ମଧ୍ୟ ପୂର୍ବରୁ ଥିବା କମ୍ପାନୀଗୁଡ଼ିକରେ ଏକ୍ଜିକ୍ୟୁଟିଭ୍ କମିଟି, ବୋର୍ଡ ଓ ଆନ୍ତର୍ଜାତୀୟ ବୋର୍ଡଗୁଡ଼ିକର ଏକ ଅଂଶ ଭାବେ ରହିଆସିଛି । ରେନୋଲ୍ଟ ଇଣ୍ଡିଆ ପାଇଁ ତାଙ୍କର ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ ଭେଙ୍କଟରାମ ମାମିଲାପାଲି ପ୍ରକାଶ କରିଛନ୍ତି ଯେ ଆରମ୍ଭରୁ କମ୍ପାନୀ ପାଇଁ ସେ କମ୍ପାନୀ ପାଇଁ ତିନୋଟି ମୂଖ୍ୟ ଲକ୍ଷ୍ୟ ସ୍ଥାପନ କରିଛନ୍ତି । କମ୍ପାନୀ ଏହାର ବିଭିନ୍ ବିଭାଗକୁ ନେଇ ‘ଗୋଟିଏ ଦଳ, ଗୋଟିଏ ଲକ୍ଷ୍ୟ’ କାର୍ଯ୍ୟଧାରାର ସ୍ଥାପନ । ଏହା ହେଉଛି ପ୍ରାଥମିକ ଉଦ୍ଦେଶ୍ୟ । ପରବର୍ତ୍ତୀ ହେଉଛି, ସମସ୍ତ ବ୍ୟବସାୟ ଭର୍ଟିକାଲ୍ଗୁଡ଼ିକରେ ଏକ ‘ଗ୍ରାହକ ପ୍ରଥମ’ ଭାବନାକୁ ଗୁରୁତ୍ୱ ପ୍ରଦାନ କରିବା । ଯାହା ଇଞ୍ଜିନିୟରିଂ, ନିର୍ମାଣ, ସପ୍ଲାୟର୍ସ ଓ ଡିଲର୍ମାନଙ୍କ ଉପରେ ତୀକ୍ଷ୍ଣ ଭାବେ ଧ୍ୟାନ ଦେଇ ଉତ୍ତମ ଗୁଣବତ୍ତାଯୁକ୍ତ ଉତ୍ପାଦ (ଉଭୟ ନିର୍ମାଣ ଓ ଉପଲବ୍ଧ କରିବା) ପ୍ରଦାନ କରୁଛି । ତୃତୀୟ ଉଦ୍ଦେଶ୍ୟ ହେଉଛି, ଆଗତ ତିନି ବର୍ଷ ମଧ୍ୟରେ କମ୍ପାନୀର ବିକ୍ରି ପରିମାଣକୁ ୧୫୦,୦୦୦ ୟୁନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରି ଲାଭକୁ ଦ୍ୱିଗୁଣିତ କରିବା । ଚଳିତ ବର୍ଷ ରେନୋ ପକ୍ଷରୁ ନୂଆ ଉତ୍ପାଦ ଶୁଭାରମ୍ଭ କରାଯାଉଛି, ଯାହାକି ଏକ ବାସ୍ତବ ଗେମ ଚେଞ୍ଜର ହୋଇପାରିବ । ଏସ୍ୟୁଭି ରେନୋଲ୍ଟର ଏକ ପ୍ରମୁଖ ବିଶେଷତା ହୋଇଥିବାବେଳେ, ଏହା ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୁରଣ ପାଇଁ ଭାରତୀୟ ଅଟୋମୋଟିଭ ଶିଳ୍ପରେ ନୂଆ ସେଗମେଣ୍ଟ ଏବଂ ଉପ ସେଗମେଣ୍ଟ ତିଆରି କରୁଛି । ରେନୋଲ୍ଟର ଆଗାମୀ ଉତ୍ପାଦ ଭାରତରେ ଭାରତ ପାଇଁ ଡିଜାଇନ, ପ୍ରସ୍ତୁତ, ବିକଶିତ ଏବଂ ନିର୍ମାଣ ହେବ । ରେନୋଲ୍ଟ ପକ୍ଷରୁ ଏହାର ଡିଲର ପାର୍ଟନରଗୁଡ଼ିକର ଲାଭକୁ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି । ଯାହା ଦ୍ୱାରା ରେନୋଲ୍ଟର ବିକ୍ରି ଏବଂ ଉତ୍ପାଦ ସଂଖ୍ୟା ବୃଦ୍ଧି ହେବ । ୧୨୦ ବର୍ଷର ବିଶ୍ୱସ୍ତରୀୟ ଇତିହାସ ସହିତ ରେନୋଲ୍ଟ ବିଶ୍ୱର ବୃହତ ଅଟୋମେଟିଭ ଗୋଷ୍ଠିର ଏକ ଅଂଶ । ରେନୋଲ୍ଟ ପକ୍ଷରୁ ସଠିକ୍ ବ୍ୟବସ୍ଥା ତିଆରି ପାଇଁ ବୃହତ୍ତ ପୁଞ୍ଜିନିବେଶ କରାଯାଇଛି । ଏଗୁଡିକ ମଧ୍ୟରେ ଚେନ୍ନାଇରେ ୪,୮୦,୦୦୦ୟୁନିଟ୍ ବାର୍ଷିକ କ୍ଷମତାଯୁକ୍ତ ବିଶ୍ୱସ୍ତରୀୟ ନିର୍ମାଣକାରୀ ପ୍ଲାଣ୍ଟ, ଏକ ବିଶ୍ୱ-ସ୍ତରୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର, ବିଶ୍ୱସ୍ତରୀୟ ପ୍ରସିଦ୍ଧିଲାଭ କରିଥିବା ଦୁଇଟି ଡିଜାଇନ କେନ୍ଦ୍ର ଏବଂ ଦୁଇଟି ବିଶ୍ୱ-ସ୍ତରୀୟ ଲଜିଷ୍ଟିକ୍ସ କେନ୍ଦ୍ର ଅନ୍ତର୍ଭୂକ୍ତ । ଭାରତୀୟ ଅଟୋମୋବାଇଲ ବଜାରରେ ଅହେତୁକ ଅଭିବୃଦ୍ଧି ସୁଯୋଗ ରହିଥିବାବେଳେ କମ୍ ଦାମ୍ ବିଶିଷ୍ଟ କାର ପ୍ରବେଶ ଏବଂ ପସନ୍ଦଯୋଗ୍ୟ ଗ୍ରାହକ ସଂଖ୍ୟା ସହିତ ବଢୁଥିବା ବଳୁଥିବା ଆୟକୁ ଦୃଷ୍ଟିରେ ରଖି ରେନୋଲ୍ଟ ଭବିଷ୍ୟତର ଅଭିବୃଦ୍ଧି ପାଇଁ ନିଜକୁ ଉପଯୁକ୍ତ ଭାବେ ସ୍ଥାନିତ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ