ବ୍ୟାଙ୍କ ଅଫ ଇଣ୍ଡିଆର “ଗ୍ରାହାକ ସମ୍ମିଳନୀ ସଭା” ଆୟୋଜିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) , ବ୍ରହ୍ମପୁର ଷ୍ଟେସନ ରୋଡସ୍ଥିତ ହୋଟେଲ ତନ୍ଦୁରି-ଇନ ସଭା କକ୍ଷରେ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବ୍ରହ୍ମପୁର ମୁଖ୍ୟ ଶାଖାର ପ୍ରବନ୍ଧକ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର “ଗ୍ରାହାକ ସମ୍ମିଳନୀ” ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥୀଭାବେ ସହାୟକ ଭାବେ ଅରବିନ୍ଦ ମିଶ୍ର ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଏରିଆ ସିନିଅର ମ୍ୟାନେଜର ଟି. ଶ୍ରୀନୁ ବାବୁ ଯୋଗଦେଇ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଗ୍ରାହାକ ମାନଙ୍କର ସମ୍ପର୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉକ୍ତ ସଭାରେ ୨୦୦ରୁ ଉର୍ଦ୍ଧ ଗ୍ରାହାକ ଯୋଗଦେଇଥିବାବେଳେ ୬ଜଣ ଗ୍ରାହାକଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ଗ୍ରହାକ ଭାବେ ସମ୍ମାନୀତ କରାଯାଇଥିଲା ।