ବ୍ୟାଙ୍କ କର୍ତ୍ତୁପକ୍ଷକଙ୍କ ଦୁର୍ବ୍ୟବହାର ପ୍ରତିବାଦ:ଗ୍ରାହକ ସେବା କେନ୍ଦ୍ରର କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୁଷୋତ୍ତମ ପୁର,(ଯୁଗାବ୍ଦ ନ୍ୟୁଜ୍) : ପୁରୁଷୋତ୍ତମପୁର ଷ୍ଟେଟ୍ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକଙ୍କ ବିରୋଧରେ ଦୂର୍ବ୍ୟବହାର ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଗ୍ରାହକ ସେବା କେନ୍ଦ୍ର ର ସଂଘ ପକ୍ଷରୁ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ । ମିଳିଥିବା ଖବର ଅନୁଯାୟୀ କୈାଣସି ଏକ କାରଣକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହା ସହ ଗ୍ରାହକ ସେବା କେନ୍ଦ୍ର ଗୁଡିକୁ ଭଲ ସେବା ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହୋଇଛି । ଆକାଉଣ୍ଟ ଖୋଲିବା ପାଇଁ ଅଶିକ୍ଷିତ ଲୋକ ମାନଙ୍କ ଠାରୁ ଟଙ୍କା ଲୁଟ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ