ବ୍ୟାଙ୍କ କାରବାର ଠପ୍
ମଙ୍ଗଳବାର ସମଗ୍ର ଦେଶରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିଛି । ସରକରାରଙ୍କ ଜାତୀୟ ବ୍ୟାଙ୍କ ଗୁଡିକର ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସକୁ ବିରୋଧ କରି ଦେଶର ସମସ୍ତ ବ୍ୟାଙ୍କ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି । ତେବେ ଏହି ବନ୍ଦ ଡାକରାରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ ସହ ବ୍ୟାଙ୍କ ଏମ୍ପ୍ଲୋଇଜ ଫେଡେରେସନ ଅଫ ଇଣ୍ଡିଆ ସାମିଲ ହୋଇଥିଲେ ମଧ୍ୟ ଏଥିରୁ ବାଦ ପଡିଯାଇଛି ଘରୋଇ ବ୍ୟାଙ୍କ । ଏହି ଧର୍ମଘଟର ପ୍ରଭାବ ଗ୍ରାହକମାନଙ୍କ ଉପରେ ସିଧା ପଡିପାରେ ବୋଲି ଆଶା କରାଯାଉଛି । ସୁଚନାଯୋଗ୍ୟ,, ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ ସରକାର ଘୋଷଣା କରିଛନ୍ତି । ମିଶ୍ରଣ ମାଧ୍ୟମରେ ସରକାର ୬ଟି ବ୍ୟାଙ୍କକୁ ବନ୍ଦ କରିବାକୁ ଚାହୁଥିବା ଅଭିଯୋଗ ହେଉଛି ।