ବ୍ୟାଙ୍କ ଲକରକୁ ନେଇ ଆସିଲ ବଡ଼ ନିଷ୍ପତ୍ତି : ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଲକରରେ ଥିବା ଜିନିଷର କୌଣସି କ୍ଷତି ହେଲେ ବ୍ୟାଙ୍କ ଦାୟୀ ରହିବ ନାହିଁ
ନୂଆଦିଲ୍ଲୀ: ବ୍ୟାଙ୍କ ଲକରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଛି ନୂଆ ଗାଇଡ଼ଲାଇନ । ଚୋରି, ଅଗ୍ନିକାଣ୍ଡ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ହେରଫର ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା କ୍ଷତିପୂରଣକୁ ବୃଦ୍ଧି କରାଯାଇଛି । ଏହି ରାଶିକୁ ବାର୍ଷିକ ଲକର ଭଡାର ଶହେ ଗୁଣା ବୃଦ୍ଧି କରାଯାଇଛି । ଏହି ଗାଇଡଲାଇନ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ । ମାତ୍ର ଲକରରେ ଥିବା ଜିନିଷର ପ୍ରାକୃତିକ ବିପର୍ଯ୍ୟୟ ଓ ଗ୍ରାହକଙ୍କ ଅସାବଧନତା ଯୋଗୁଁ କୌଣସି କ୍ଷତି ହେଲେ ବ୍ୟାଙ୍କ ଦାୟୀ ରହିବ ନାହିଁ । ତେବେ ଏଭଳି ଘଟଣାରୁ ଲକରକୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କଗୁଡିକ ଉଚିତ ପଦକ୍ଷେପ ନେବେ । ଲକର ଭଡା ସଂଗ୍ରହ କରିବା ଲାଗି ଲକର ଆବଂଟନ ବେଳେ ଗ୍ରାହକଙ୍କଠାରୁ ଏକ ଟର୍ମ ଡିପୋଜିଟ ବି ଗ୍ରହଣ କରିବାକୁ କୁହାଯାଇଛି । କିନ୍ତୁ ଚୋରି, ଡକାୟତି ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ବାରା ହେଉଥିବା ହେରଫେର ଯୋଗୁଁ ଯଦି ଲକର୍ରେ ଥିବା ଜିନିଷର କ୍ଷତି ହୁଏ ସେଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବ । କ୍ଷତିପୂରଣ ରାଶି ବାର୍ଷିକ ଲକର୍ ଭଡ଼ାର ୧୦୦ ଗୁଣା ସହ ସମାନ ରହିବ । ଲକର୍ ଭଡ଼ା ସଂଗ୍ରହ କରିବା ଲାଗି ଲକର୍ ଆବଣ୍ଟନ ବେଳେ ଗ୍ରାହକଙ୍କ ଠାରୁ ଏକ ଟର୍ମ ଡିପୋଜିଟ୍ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ।


