ଜଗତସିଂହପୁର ଜିଲ୍ଲାରେ ପୋଲିସ ବିଭାଗରେ ବ୍ୟାପକ ଅଦଳ ବଦଳ

ଜଗତସିଂହପୁର (ଅନସୂୟା ରାଉତ) ଜଗତସିଂହପୁର ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଅଖିଳେଶ୍ବର ସିଂହ ଏକମାସ ହେଲା ଯୋଗଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଆଖି ଦୃଶିଆ ପଦକ୍ଷେପ ନେଇ ଜିଲ୍ଲା ବାସୀଙ୍କମନରେ ଅନେକ ବିଶ୍ୱାସ ସଞ୍ଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜନଗହଳି ସ୍ଥାନରେ ଟ୍ରାଫିକ୍ ପୋଲିସ୍ ମୁତୟନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଥାନାଗୁଡିକରେ ପୋଲିସ୍ କର୍ମଚାରୀ ମାନଙ୍କୁ ସ୍ଥାନାନ୍ତରିତ କରିଛନ୍ତି। ଜଗତସିଂହପୁର ଜିଲ୍ଲାକୁ ସ୍ବଛ ଶାସନ ଓ ଦୁର୍ନୀତି ମୁକ୍ତ କରିବାକୁ ଏକ ପ୍ରକାର ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ହେଉଥିବା ପ୍ରବଳ ଭିଡ଼ ଜୟପୁର ରାସ୍ତାର ଖୁଣ୍ଟିଆ ଦୋକାନ ଆଗ ରାସ୍ତାରେ ଯାନବାହାନ ରଖି ଭିଡ ସୃଷ୍ଟି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ