ବ୍ୟାଙ୍କ ସୁବିଧାରୁ ବଂଚିତ ୪ରୁ ଉର୍ଦ୍ଧ୍ୱ ପଚାଂୟତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ଆଲିଗଣ୍ଡା ପଂଚାୟତରେ ଥିବା ୟୁନିଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ ଆଜକୁ ବହୁ ପୁରୁଣା ବ୍ୟାଙ୍କ ହୋଇଥିଲେ ମଧ୍ୟ ଯାହାକି ଆଗରୁ ୪ରୁ ଉର୍ଦ୍ଧ୍ୱ ପଚାଂୟତ ବାସୀଙ୍କୁ ସେବା ଯୋଗାଇ ଆସୁଥିଲା । କିନ୍ତୁ କିଛି ବର୍ଷ ହେଲା କର୍ମଚାରୀ ଅଭାବ, ଲିଙ୍କ ନଥିବା କହି ଦୁରଦୁରାନ୍ତର ଆସୁଥିବା ବ୍ୟାଙ୍କ ଖାତାଧାରୀଙ୍କୁ ନିରାଶ କରି ଫେରାଉଛନ୍ତି । ଯାହା ଫଳରେ ଗରଡମା, କଟାମା, ପାଣିଗଣ୍ଡା, ଦମାଦୁଆ, ବିରିକୋଟ, ଅଡବା, ଆଲିଗଣ୍ଡା, ତୁରାଣିପାଣୀ ଭଳି ବିଭିନ୍ନ ଦୁରଦୁରାନ୍ତର ଲୋକଙ୍କୁ ଅତି ଆବଶ୍ୟକ ଥିଲେ ମଧ୍ୟ ଟଙ୍କା ଉଠାଇ ପାରୁ ନାହାନ୍ତି କି ଜମା ବି କରିପାରୁନାହାନ୍ତି ଯାହାରି ଫଳରେ ନିରାଶ ହେଉଛନ୍ତି । ସପ୍ତାହରେ ୨ ଦିନ ଲିଙ୍କ ରହିଲେ ୫ ଦିନ ଲିଙ୍କ ନଥାଏ । ତେଣୁ ଏଥି ପ୍ରତି ସରକାର ନଜର ଦେଇ ତୁରନ୍ତ ଅନ୍ୟକୌଣସି ବ୍ୟାଙ୍କର ସୁବିଧା, ଏଟିଏମର ସୁବୀଧା ଯୋଗାଇଲେ ଅଚଂଳବାସୀ ଉପକୃତ ହୋଇଥାନ୍ତେ ।


