ବ୍ୟାଟ ମାଡ଼ରେ ଛାତ୍ର ମୃତ୍ୟୁ ଘଟଣା ମୃତ ଛାତ୍ରଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶନିବାର ସକାଲେ ହିଂଜିଳି ଥାନା ଖରିଡ଼ା ଗ୍ରାମରେ ଚାଲିଥିବା କ୍ରିକେଟ ଖେଳରେ ଜଣେ ସାଙ୍ଗଙ୍କ ବ୍ୟାଟ ମାଡ଼ରେ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ବିଭୁ ସେଠିଙ୍କ ମୃତ୍ୟୁ ଘଟିଥିଲା । ରବିବାର ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଗୁରୁ- ଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ନର୍ମଦା ପ୍ରଧାନ ଓ ସ୍ୱର୍ଣ୍ଣଲତା ଦାସ ମୃତ ନାବାଳକଙ୍କ ବାସଭବନରେ ପଂହଚି ଶୋକ ସନ୍ତପ ପରିବାରବର୍ଗଙ୍କୁ ସଭବେଦନା ଜଣାଇବା ସହ ଆର୍ଥୀକ ସହାୟତା ରାଶି ପ୍ରଦାନ କରିଥିଲେ ।