ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଙ୍କ କର କମଳରେ ନୂତନ ସଂସ୍କାରିତ ଗୃହକୁ ପ୍ରବେଶ କରାଯାଇଥିଲା l ସମ୍ବାଦ ସାହିତ୍ୟ ଘର ର ମିଳିତ ଭାବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ଯୋଗ ଦେଇଥିବା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ, ଜିଲ୍ଲା ଲେଖକ ସାମୁଖ୍ୟର ସମ୍ପାଦକ ବନବିହାରୀ ନନ୍ଦ ପ୍ରମୁଖ ବ୍ୟାସ କବି ଫକୀର ମୋହନ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଫକୀର ମୋହନଙ୍କ ଜୀବନୀ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ହରପ୍ରିୟା ମିଶ୍ର, ଶିଶୁ ସାହିତ୍ୟିକ ସୋମନାଥ ସାହୁ, ସାହିତ୍ୟିକ ନବୀନ ଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ତଥା ସାହିତ୍ୟିକ ରବୀନ୍ଦ୍ରନାଥ ମିଶ୍ର, ଜିଲ୍ଲା ନାଗରିକ ମଞ୍ଚର ସଂଯୋଜକ ଅଶୋକ କୁମାର ପରିଡା, ସାହିତ୍ୟିକ ରାମକୃଷ୍ଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ ପ୍ରଭୃତି ମକର ସଂକ୍ରାନ୍ତୀ ଓ ଫକୀର ମୋହନ ସେନାପତି ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ lପରେ ପରେ ଅଧ୍ୟାପିକା ହରପ୍ରିୟା ମିଶ୍ର ଙ୍କ ସଂଯୋଜନାରେ କବି ପ୍ରଶାନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର ନାୟକ, ଅଶୋକ କୁମାର ଭଟ , ସୋମନାଥ ସାହୁ, ଅସିତ ନନ୍ଦ, ବି କେ କାମଲ, ଅନିଲ ପ୍ରଧାନ ଦୁର୍ଯ୍ୟୋଧନ ପ୍ରଧାନ, ନବୀନ ଚନ୍ଦ୍ର ପଣ୍ଡା, ହରପ୍ରିୟା ମିଶ୍ର, କୈଳାଶ ଚନ୍ଦ୍ର ଧଳ, ନିଜର ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଉପ ସଭାପତି ବିଜୟ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲା ବେଳେ କଣ୍ଠ ଶିଳ୍ପୀ ଅସିତ ନନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡାଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ କୁନ୍ଦନ ସିଂ, ସଦାଶିବ ପାତ୍ର ପ୍ରଭୃତି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ