“ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଦଳ ପକ୍ଷରୁ ପ୍ରତିବାଦ ଜଣାଇ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ “ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଦଳ ପକ୍ଷରୁ ପ୍ରତିବାଦ ଜଣାଇ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ତୃତୀୟ ଦିନରେ ପହଞ୍ଚିଛି । ବିଜେପି ନେତା ମାନେ ବଡ ମେଡ଼ିକାଲର ସଙ୍କଟାପର୍ଣ ସ୍ୱାସ୍ଥ୍ୟ ଅବସ୍ତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଆଜି ଦଳ ପକ୍ଷରୁ ବଡ଼ ମେଡ଼ିକାଲରେ ଖାଲି ପଡ଼ିଥିବା ୧୧୨ ଡ଼ାକ୍ତର ପଦବୀ ପୂରଣ, ବରିଷ୍ଠ ଡ଼ାକ୍ତର ମାନଙ୍କ ବଦଳିକୁ ବାତିଲ୍ କରିବା, ସୁପେର୍ ସ୍ପେଷାଲିଷ୍ଟ ବିଭାଗକୁ ୨୪ ଘଣ୍ଟିଆ, ଟ୍ରମା କେର୍ ୟୁନିଟ୍ ତୁରନ୍ତ ଆରମ୍ଭ,ବର୍ଣ ୟୁନିଟ୍ ସ୍ଥାପନ, ୨୪ ଘଣ୍ଟିଆ ଡ଼ାଇଲିସିସ୍ ପ୍ରକୋଷ୍ଠ ସ୍ଥାପନ, ଆସିୟୁ ବେଡ଼ର ବୢଦ୍ଧି, ୨୪ ଘଣ୍ଟିଆ ରୋଗୀ ସହାୟତା ସୂଚନା କେନ୍ଦ୍ର ଆଦି ବିଭିନ୍ନ ୧୪ ଗୋଟି ଦାବୀ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ଦିଆଯାଇଥିଲା । ପରେ ବଡ଼ ମେଡ଼ିକାଲର ଡ଼ିନ୍ ଡ଼ଃ ଅବନୀକାନ୍ତ ମିଶ୍ର ଧାରଣାସ୍ଥଳକୁ ଆସି ସର୍ବ ପୁରାତନ ଏହି ବଡ଼ ମେଡ଼ିକାଲର ମୌଳିକ ସୁବିଧା ଏବଂ ସୁଯୋଗର ଦାବୀ ନେଇ ବିଜେପି ତରଫରୁ ତିନିଦିନ ଧରି ଯେଉଁ ଧାରଣା ଦିଆଯାଇଛି କୢତଙ୍ଗ୍ୟତା ପ୍ରକାଶ କରିବା ସହିତ ଧନ୍ୟବାଦ ଦେଇଥିଲେ । ଦାବୀ ଗୁଡିକର ଯଥାର୍ଥତା କୁ ସ୍ୱୀକାର କରିବା ସହ ଏହି ବିଷୟରେ ରାଜ୍ୟ ସରକାରଙ୍କ ଠାରେ ଆଲୋଚନା କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୢଷ୍ଟିରେ ରଖି ବଡ଼ ମେଡ଼ିକାଲ୍ କୁ ପୁର୍ଣ କାର୍ଯକ୍ଷମ କରିବା ପାଇଁ ଏହି ଦାବୀ ଗୁଡିକ ପ୍ରତି ଯଦି ରାଜ୍ୟ ସରକାର ଯଥାଶୀଘ୍ର ତ୍ୱରିତ ପଦକ୍ଷେପ ନନିଅନ୍ତି ତେବେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ଆଜିର ଏହି “ଗଣଧାରଣା ଏବଂ ବିକ୍ଷୋଭ” କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ସରୋଜ ସାବତ,ସ୍ୱଛ ଭାରତ ଅଭିଯାନ ରାଜ୍ୟ ପ୍ରମୁଖ ମହେଶ ମହାନ୍ତି, ପ୍ରଶାନ୍ତ କର, ରଞ୍ଜନ ପଲ୍ଲେଇ, ମହନ୍ତ ଚିନ୍ମୟାନନ୍ଦ ଦାସ,ବବିତା ପାତ୍ର,ନୀରଞ୍ଜନ ପାଣିଗ୍ରାହୀ,ବିନୋଦ ଚନ୍ଦ୍ର ମିଶ୍ର,ପ୍ରଦୀପ କୁମାର ପାଢ଼ୀ, ପରେଶ ଚନ୍ଦ୍ର ରଥ, ମନୋଜ ପଟନାୟକ,କାର୍ଯ୍ୟକ୍ରମର ସଂଯୋଜକ ରାମ କୁମାର ପାତ୍ର,ଡ଼.ସୁବାଷ ସାହୁ, ଚିକିଟି ନିର୍ବାଚନ ମଣ୍ଡଳୀର ନରଶିଂହ ମୁର୍ତ୍ତି, ଶ୍ରୀକାନ୍ତ ପାଢ଼ୀ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ପ୍ରଦୀପ ଶତପଥି,ଡ଼ି.କରୁଣାକର, ସୁନିଲ କୁମାର ସାହୁ, ଅରବିନ୍ଦ ମଣ୍ଡଳ, ବାଳକୃଷ୍ଣ ସାମନ୍ତରା, ରାଜେଶ ସାହୁ, ଡ଼ଃ ଅମୁଲ୍ୟ ଚୌଧୁରୀ,ଭୀମସେନ୍ ବେହେରା,କିର୍ତ୍ତନ ଦାସ,ସରୋଜ ଦାସ,ତୁମ୍ୱେଶ୍ୱର ନାୟକ,ସୁଶିଳା ମଲ୍ଲିକ, ରତ୍ନଗର୍ଭା ସରସ୍ୱତୀ ଦେବୀ, ସବିତା ସାହୁ, ସାବିତ୍ରୀ ନାୟକ, ବନିତା ସାହୁ, ସବିତା ନାୟକ, ବିଦ୍ୟୁସ୍ମିତା ପାଳ,ଆଲୋକ ଶତପଥି, ଅଜୟ ନାୟକ, ପ୍ରବୀର ପାତ୍ର, ପଣୟ ମହାପାତ୍ର,କେ.ଟୁଙ୍ଗୁରୁ ପାତ୍ର, ମହେଶ ତ୍ରିପାଠୀ, ଗୌରୀ ମହାନ୍ତି, ସରୋଜ ପାତ୍ର, ସଞ୍ଜୟ ରାଉଳ, ରାମ ପ୍ରଶାଦ ସାମଲ, ଶିବ ଶଙ୍କର ଶତପଥି, କିରଣ କୁମାର ସାହୁ, କମଲ ପାତ୍ର ପ୍ରମୁଖଙ୍କ ସମେତ ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ଘୁମୁସର ସାଂଗଠନିକ ଜିଲ୍ଲାର ଶତାଧିକ କାର୍ଯକର୍ତ୍ତା ଉପସ୍ଥିତ ଥିଲେ । ବିଜେପିର ଏହି ତିନିଦିନିଆ ଗଣ ବିକ୍ଷୋଭକୁ ବ୍ରହ୍ମପୁର ମହାନଗରର ବିଭିନ୍ନ ସଂଗଠନ ସମର୍ଥନ କରିଥିବାରୁ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ