ଅସହ୍ୟ ନର୍ଯ୍ୟାତନା ଶେଷରେ ଆତ୍ମହତ୍ୟା କଲେ ଯୁବତୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଏବେ ମଧ୍ୟ ମହିଳା ମାନେ ନିର୍ଯାତନା ର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଯୌତୁକ ଜନିତ ହେଉ କିମ୍ବା ପାରିବାରିକ କଳହ ରେ ମହିଳା ମାନେ ବଳିପଡ଼ୁଛନ୍ତି । ସ୍ଵାମୀ ର ଅସହ୍ୟ ଯନ୍ତ୍ରଣା , ନିର୍ଯାତନା ସହି ନ ପାରି ଜଣେ ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ରଞ୍ଜନ ଗୌଡ ଙ୍କ ଭଉଣୀ ରିଙ୍କି ଗୌଡ ବୋଲି ଜଣାପଡ଼ିଛି । ଯୁବତୀ ଜଣଙ୍କ ହେଲେ ମୋହନା ଥାନା ଢେଙ୍କାସିନ୍ଧୁଆ ଗ୍ରାମର ରିଙ୍କି ଗୌଡ଼ l ସୂଚନା ପ୍ରକାରେ ପାଟପୁର ଥାନା ପୋଡାମାରି ଗ୍ରାମର ରଞ୍ଜନ ଗୌଡ଼ ଙ୍କ ଭଉଣୀ ରିଙ୍କି ଗୌଡ଼ ଗଜପତି ଜିଲ୍ଲା ମୋହନା ଥାନା ଢେଙ୍କାସିନ୍ଧୁଆ ଗ୍ରାମର ଶିବରାମ ଗୌଡ଼ ଙ୍କୁ ବିବାହ କରିଥିଲେ l ବାହାଘର ପର ଠାରୁ ଶିବରାମ ଗୌଡ଼ ତାଙ୍କ ସ୍ତ୍ରୀ ରିଙ୍କି ଗୌଡ଼ ଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ l ଶିବରାମ ବୁଧବାର ଦିନ ରିଙ୍କି କୁ ତାଙ୍କ ବାପା ଘର ଗାଁ ପୋଡାମାରି ବନ୍ଧ ସାହିକୁ ଆଣି ଛାଡି ଦେଇ ଚାଲିଯାଇଥିଲେ l ରିଙ୍କି ଗୌଡ଼ ତାଙ୍କ ସ୍ୱାମୀ ଙ୍କ ନିର୍ଯାତନା ସହି ନପାରି ବାପା ଘରେ ବେକ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ପରିବାର ଲୋକେ ଦେଖିବା ପରେ ଦିଗପହଣ୍ଡି ଡାକ୍ତରଖାନା କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ରିଙ୍କି କୁ ମୃତ ଘୋଷଣା କରିଥିଲେ l ଏନେଇ ରିଙ୍କି ଙ୍କ ଭାଇ ରଞ୍ଜନ ଗୌଡ଼ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଟପୁର ପୋଲିସ ଦିଗପହଣ୍ଡି ଡାକ୍ତରଖାନା ରେ ପହଞ୍ଚି ମୃତ ଦେହ ଜବତ କରି ଥାନା ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ସୂଚନା ମିଳିଛି l


