ବୟସ୍କ ଆନ୍ତର୍ଜାତିକ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତ୍ୟେକ ସନ୍ତାନ ସନ୍ତନ୍ତିଙ୍କୁ ତାଙ୍କର ପିତାମାତାଙ୍କର ଯତ୍ନ ନେବା ପାଇଁ ଆହ୍ୱାନ କରିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ବୟସ୍କ ଆନ୍ତର୍ଜାତିିକ ଦିବସ ଉପଲକ୍ଷେ ଏକ ସମାରୋହକୁ ଉଦ୍ଘାଟନ କରି ଶ୍ରୀଯୁକ୍ତ ପାତ୍ର ବୟସ୍କ ଲୋକମାନେ ଚଳଚଞ୍ଚଳ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କୁମାର ଜେନା କହିଲେ ଯେ, ସେ ୯୦ ବର୍ଷରେ ପହଞ୍ôଚଥିଲେ ମଧ୍ୟ ଏବେ ବୈଦିକ କାର୍ଯ୍ୟକ୍ରମରେ ଅଭ୍ୟାସ ରଖିପାରିଛନ୍ତି । ଉପସ୍ଥିତ ଥିବା ବୟସ୍କ ନାଗରିକମାନଙ୍କୁ ଡ଼ାକ୍ତର ପରାମର୍ଶ କରି କର୍ମଜୀବି ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗର ଶ୍ରୀମତୀ ଉପମା ଶ୍ରୀବାସ୍ତ କହିଲେ ଯେ, ଭାରତ ସରକାର ତରଫରୁ ବୟସ୍କ ଲୋକଙ୍କ ପାଇଁ ଏକ ନୀତି ଶୀଘ୍ର ପ୍ରଣୟନ କରାଯିବ ବୋଲି କହିଥିଲେ । ଏନ୍ଆଇଏସ୍ଡ଼ିର ନିର୍ଦ୍ଦେଶକ ଡଃ ଏସ୍.ସି. ରାଘବ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଏନ୍ଆରସିଡବ୍ଲୁର ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବରିଷ୍ଠ ସାମ୍ବାଦିକ ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।