ବୟସ ବଢ଼ିବା ସହିତ ଆଣନ୍ତୁ ଜୀବନଶୈଳୀରେ ପରିବର୍ତ୍ତନ

ବୟସ ବଢ଼ିବା ସହ ମଣିଷକୁ ବିଭିନ୍ନ ପ୍ରକାର ରୋଗ ମାଡ଼ିବସେ । ତେଣୁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ । ବିଶେଷ ଭାବରେ ନିଜ ଖାଦ୍ୟପେୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ଏହି ତାଲିକାରେ କାର୍ବୋହାଇଡ୍ରେଟ ଖାଦ୍ୟ ସାମିଲ କରନ୍ତୁ । ଏହି ବୟସରେ ଫ୍ୟାଟଯୁକ୍ତ ଖାଦ୍ୟଠାରୁ ଯେତେ ଦୂରେଇ ରହିବେ ସେତେ ଭଲ । ନିଜକୁ ସୁସ୍ଥ ରଖିବା ପାଇଁ ତଟକା ଫଳମୂଳ ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ । ଲୁଣ ଏବଂ ମିଠାଜାତୀୟ ଖାଦ୍ୟ ବର୍ଜନ କରନ୍ତୁ । ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିୟମିତ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ । ଏହି ସମୟରେ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଜରୁରୀ । ତେଣୁ ସେହି ଅନୁସାରେ ପାଣି ପିଅନ୍ତୁ । ବୟସ ବଢ଼ିଲେ ଗୋଟିଏ ଜିନିଷ ପ୍ରତି ନଜର ଦେବାକୁ ଭୁଲନ୍ତୁ ନାହିଁ । ତାହା ହେଲା ଓଜନ । ବୟସ୍କ ବ୍ୟକ୍ତି ନିଜ ଓଜନକୁ ସନ୍ତୁଳିତ ରଖିବା ଆବଶ୍ୟକ । ସେହି ଅନୁସାରେ ଖାଦ୍ୟ ଖାଆନ୍ତୁ । ବ୍ୟାୟାମକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ । ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର । ନିଜକୁ ସୁସ୍ଥ ରଖିବା ନିଜ ଉପରେ ହିଁ ନିର୍ଭର କରିଥାଏ । ତେଣୁ ଏଥିପ୍ରତି ନଜର ଦେବାକୁ ଭୁଲନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ