ବୟୋଜ୍ୟେଷ୍ଠ ବିଜେଡି କର୍ମୀଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ବୟଜ୍ୟେଷ୍ଠ ବିଜେଡି କର୍ମୀ କିର୍ତ୍ତନ ରାଉତଙ୍କ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ କାରଣ ଯୋଗୁ ସେ ଅନେକ ଦିନ ଧରି ଶଯ୍ୟାଶାୟୀ ଥିବାବେଳେ ଆଜି ୯୫ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ଘଟିଥିଲା । ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ କୂଳ ବାରୁଣୀ ଘାଟ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକ, ପଞ୍ଚାୟତ ବିଜେଡି ସଭାପତି ସନ୍ତୋଷ ଦାସ, ବିରେନ୍ଦ୍ର ନାୟକ, ସତ୍ୟବ୍ରତ ଜେନା, ନିରଞ୍ଜନ କୁଅଁର, ଶିକ୍ଷାବିତ ଲକ୍ଷ୍ମୀଧର ପଲାଇଙ୍କ ସମେତ ବହୁ ଜନସାଧାରଣ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାବେଳେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେହିଭଳି ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜୋସ୍ନାରାଣୀ ମହାନ୍ତି, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।


