ନିରାଡମ୍ବର ଭାବେ କାଳୀପୂଜା ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କୋଭିଡ କଟକଣା ପାଇଁ ନିରାଡମ୍ବର ଭାବେ କାଳୀପୂଜା ପାଳିତ ହୋଇଛି । ବ୍ଲକର ମଞ୍ଜୁରୀରୋଡ ବଜାର କମିଟି ପକ୍ଷରୁ ବୈଦିକ ବିଧି ଅନୁଯାୟୀ ତିନିଦିନ ଧରି ମାଆଙ୍କ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାକାର୍ଯ୍ୟରେ କେବଳ ପୂଜକ, ସଙ୍କଳ୍ପ କର୍ତ୍ତା ଓ ବଜାର କମିଟିର ଅଳ୍ପ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । ସେହିଭଳି ବନ୍ଦୋଳୋ-ମଢିଆଳୀ ପଞ୍ଚାୟତର ଖପୁରିଆପଦା ଠାରେ ଆଦ୍ୟକାଳୀଙ୍କ ପୂଜା ଉତ୍ସବ ନିରାଡମ୍ବର ଭାବେ ଅନୁୁଷ୍ଠିତ ହୋଇଛି । ଅନୂରୁପ ଭାବେ ଭଣ୍ଡାରିପୋଖରୀ ଥାନା ଛକ ଠାରେ ମଧ୍ୟ ସାଜ୍ଜସଜ୍ଜା ବିହୀନ ମାଆଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ