ଭଇଁଚି ଗୋରଡ଼ି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଭଇଁଚି ଗୋରଡ଼ି ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ୪୭ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅଷ୍ଟପ୍ରହର ପାଇଁ ଅଧିବାସ ଦିନ ନିତି ନିୟମ ଅନୁସାରେ ନାମକୀର୍ତ୍ତନ କରି ଏକ ଶୋଭାଯାତ୍ରା ରେ ଅମରେଶ୍ୱର ମହାଦେବଙ୍କ ପୁଷ୍କରିଣୀ ରୁ ୧୦ ରୁ ଉର୍ଦ୍ଧ କଳସ ପାଣି ଆଣି କୁଞ୍ଜରେ ସ୍ଥାପନ କରାଯାଇଥିଲା। ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ ରେ ଦଶ ରୁ ଉର୍ଦ୍ଧ ସୁନାମ ଧନ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରବୀନ୍ଦ୍ର ସାହୁ ଓ କର୍ତ୍ତୀ ଭାବେ କାଞ୍ଚନ ସାହୁ କାର୍ଯ୍ୟ କରିଥିବା ବେଳେ ପଣ୍ଡିତ ଓ ସହଯୋଗୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନ କରା ଯାଇଥିଲା। ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଦିନ ରାତି ଉପସ୍ଥିତ ରହି ଅଷ୍ଟପ୍ରହର ନାମଯଜ୍ଞ କୁ ଉପଭୋଗ କରିଥିଲେ। ଅଷ୍ଟପ୍ରହର ନାମ ଯଜ୍ଞ ପାଇଁ ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।