ଭଉଣୀ ଦିବସ ପାଳନ କରି ଏକତାର ବାର୍ତ୍ତା ଦେଲେ ଗଞ୍ଜାମ ବ୍ଳକ ଆଶାକର୍ମୀ
ଗଞ୍ଜାମ, (ବିନୋଦ ପଲାଇ): ସାରା ବିଶ୍ୱରେ ଭଉଣୀ ଦିବସ ପାଳନ କରାଯାଉଥିବା ବେଳେ , ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଳକ ଆଶା କର୍ମୀ ତରଫରୁ ପାଳନ କରି ଏକତାର ବାର୍ତ୍ତା ଦେଇଛନ୍ତି ସମାଜକୁ । ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ ଚାମୁଣ୍ଡା ମନ୍ଦିର ପରିସରରେ ବ୍ଳକ ଆଶା କର୍ମୀ ସଙ୍ଘ ସଭାପତି କୁମୁଦୁନି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓ ସମ୍ପାଦିକା ଲକ୍ଷ୍ମୀ ସେଠୀଙ୍କ ସଂଯୋଜନାରେ ଭଉଣୀ ଦିବସ ପାଳନ ହୋଇଥିଲା। ବିଭିନ୍ନତା ଭିତରେ ଏକତା ହିଁ ଆମର ଉପସ୍ଥିତ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଆମେ ସମସ୍ତେ ଭାଗ୍ୟବାନ ଆମର କର୍ମ ସମାଜପାଇଁ ଉତ୍ସର୍ଗୀକୃତ। ଏହାକୁ ଆମେ ସୁଚାରୁରୂପେ ତୁଲାଇବାଯେ , ଆମକୁ ନେଇ ସମସ୍ତେ ଗର୍ବ କରିବେ ବୋଲି କହିଥିଲେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ। ଏହି ପରିପ୍ରେକ୍ଷୀରେ କେକ କାଟି , ମିଠାବାଣ୍ଟିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉମାରାଣୀ ବିଶ୍ୱାଳ, କେ.ପଦ୍ମାବତୀ ରେଡ୍ଡୀ, ଜୟନ୍ତୀ ପ୍ରଧାନ, ଜ୍ୟୋତି ପ୍ରଧାନ, ଶଶୀଲତା ବେହେରା, ଶୈଳ ପ୍ରଧାନ, ସୁନିତା ନାୟକ, ଦୀପ୍ତି ବେହେରା, ଗାୟତ୍ରୀ ସାହୁ, ସୁନିତା ନାୟକ , ଲେନା ଦଳାଇ, ସବିତା ପ୍ରଧାନ, ଗାୟତ୍ରୀ ସାହୁ, ପ୍ରମୁଖଙ୍କ ସମେତ ବହୁ ଆଶାକର୍ମୀ ଯୋଗଦେଇଥିଲେ।


