ଭକ୍ତଙ୍କ ଠାରୁ ବଞ୍ଚିତ ହେଲେ ବାବା ମୁକ୍ତେଶ୍ଵର

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଅର୍କ କ୍ଷେତ୍ର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଦରିଆ କୁଳରେ ଥିବା ବାବା ମୁକ୍ତେଶ୍ଵର ମହାଦେବ ଜାଗର ଦିପରୁ ବଞ୍ଚିତ ହୋଇଛନ୍ତି। ସୂଚନା ମୁତାବକ ବାବା ମୁକ୍ତେଶ୍ଵର ମହାଦେବ ୧୫୦ ବର୍ଷର ପୁରାତନ ମନ୍ଦିର। ଏହି ମନ୍ଦିରକୁ ସ୍ତାନୀୟ କୋଣାର୍କ ଅଞ୍ଚଳର ପୂଜାରୀ ପୂଜାର୍ଚନା କରିଆସୁଛନ୍ତି। ସେ କହିବା ମୁତାବକ ପ୍ରଶାସନ ଅବହେଳା ହେତୁ ସମ୍ପୂଣ୍ଣ ବାଲିରେ ଲୋପ ପାଇବାକୁ ବସିଲାଣି ବାବା ମୁକ୍ତେଶ୍ଵର ମନ୍ଦିର। ଦିନ ଥିଲା ହଜାର ହଜାର ପର୍ଯ୍ୟଟକ ମୋହାଦଧି ରେ ସ୍ନାନ କରି ପ୍ରଭୁ ମୁକ୍ତେଶ୍ଵର ଓ ନିକଟରେ ଥିବା ସୂର୍ଯ୍ୟ ନାରାୟଣ ମନ୍ଦିର ଦର୍ଶନ କରି କୃପା ଲାଭ କରୁଥିଲେ । କିନ୍ତୁ ଆଜି ଏହି ମନ୍ଦିରଟି ଅଧା ବାଲିରେ ପୋତି ହୋଇ ଯିବା ହେତୁ ଏଠାକୁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ବନ୍ଦ ହୋଇଗଲାଣି । ବାରମ୍ଵାର ପ୍ରଶାସନ ପାଖରେ ଦାବି କରାଯାଇଥିଲେ ମଧ୍ୟ ଏ ପର୍ଯ୍ଯନ୍ତ କୋଣସି ସୁଫଳ ମିଳୁ ନ ଥିବା ଦୁର୍ଭାଗ୍ଯ ଜନକ । ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ଦରିଆ କୁଳରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ମୋ ବିଚ୍ କାର୍ଯ୍ୟ କ୍ରମ ବାରମ୍ବ ବାର କରାଯାଉଥିଲେ ମଧ୍ୟ ମନ୍ଦିର ଚାରିପଟେ କୁଢ କୁଢ ଅଳିଆ ସାଙ୍ଗକୁ ବାଲିରେ ପୋତିହେଇ ଯିବା ମନ୍ଦିର ପ୍ରତି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ଯ ଜନକ । ଏଣୁ ସ୍ତାନୀୟ ଲୋକ କହିବା ମୁତାବକ ଏହି ମନ୍ଦିର ଟି ପୋତି ହୋଇଯାଇଥିବା ବାଲିକୁ କଢ଼ା ଯାଇ ଚତୃ ପାର୍ଶ୍ୱ ସ୍ୱୈନ୍ଦର୍ଯ୍ୟ କାରଣ କରାଯାଉ ଓ ଏହି ମନ୍ଦିରଟିକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ