ଭକ୍ତି ଓ ନିଷ୍ଠାରେ ଚାଲିଛି ମା ମଙ୍ଗଳାଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା
ନିମାପଡା, ( ସନ୍ତୋଷ ଦାଶ): ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି। ମା ମଙ୍ଗଳା ରାଜ୍ୟ ର ଅଷ୍ଟଚଣ୍ଡି ଙ୍କ ମଧ୍ୟରେ ଗଣା ଯାଉ ଥିବାରୁ ପ୍ରତିଦିନ ମନ୍ଦିର ରେ ମାତୃ ଭକ୍ତ ଙ୍କ ସମାଗମ ହେଉଛି। ଆଶ୍ୱିନ କୃଷ୍ଣ ସପ୍ତମୀ ତିଥି ରେ ମା ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା। ମନ୍ଦିର ମୁଖଶାଳା ଠାରେ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ଵାରା ପ୍ରତିଦିନ ସପ୍ତସତୀ ଚଣ୍ଡୀ ପାଠ କରା ଯାଉଥିବାବେଳେ ପାରମ୍ପରିକ ପ୍ରଥା ଅନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରାଯାଉଛି। ଆଜି ଠାରୁ ମନ୍ଦିର ରେ ମା ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହେଉଥିବା ବେଳେ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯିବ ବୋଲି କହିଛନ୍ତି ମା ଙ୍କ ପୂଜକ ମହେନ୍ଦ୍ର ଦୀକ୍ଷିତ । ଆଜି ମା ଙ୍କ ନାଲି କଲି ବେଶ, ୭ ତାରିଖ ରେ କଳା କଲି ବେଶ,୮ ତାରିଖ ରେ ନାଲି କଲି ବେଶ,୯ ତାରିଖ ରେ ତୀର କମାଣ ବା ରଘୁନାଥ ବେଶ,୧୦ ତାରିଖ ରେ କାତି ଖର୍ପର ବା କାତାୟନୀ ବେଶ,୧୧ ତାରିଖ ରେ ପ୍ରସିଦ୍ଧ ସିଂହ ବାହିନୀ ଵେଶ,୧୨ ତାରିଖରେ ମହିଷା ମଦ୍ଧିନୀବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ପୂଜକ ତୁଷାର ରଂଜନ ଦୀକ୍ଷିତ ସୂଚନା ଦେଇଛନ୍ତି। ୧୫ ତାରିଖ ରେ ଦଶହରା ଉତ୍ସବ ସହିତ ହର ଦୂର୍ଗା ଭେଟ ଅନୁଷ୍ଠିତ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ।