ଭକ୍ତ ଦାସିଆଙ୍କ ପୀଠରେ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଭକ୍ତ ଶିରୋମଣି ଦାସିଆଙ୍କ ପୀଠ ବାଲିଗାଁଠାରେ ଆସନ୍ତା ସ୍ନାନ ପୂଣ୍ଣିମା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ସ୍ନାନଯାତ୍ରା ଓ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଏମ୍ସର ପୂର୍ବତନ ନିଦ୍ଦେର୍ଶକ ଡାକ୍ତର ଅଶୋକ ମହାପାତ୍ରଙ୍କ ଅଧ୍ୟକ୍ଷତାରେଏହି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ମୃତି କମିଟି ସମ୍ପାଦକ ଘନଶ୍ୟାମ ସ୍ୱାଇଁ ଆର୍ଥିକ ବର୍ଷର ଆୟବ୍ୟୟର ବିବରଣୀ ପାଠ କରି ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଓ ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶକୁ ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ପ୍ରତିବର୍ଷ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁସ୍ତକ “ଭାବକୁ ନିକଟ’ ଉନ୍ମୋଚନ କରାଯିବ । +୨ କିଟ୍ କଲେଜ ଅଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ମିଶ୍ର, ଡା ନରେନ୍ଦ୍ର ନାଥ ସାହୁ, ବରିଷ୍ଟ ସଦସ୍ୟ ଅଜ୍ଜୁନ ଚରଣ ସାମଲ, ବିଜୟ କୁମାର ଦାସ, ସିଦ୍ଧାର୍ଥ କାନୁନଗୋ, ଡଃ ପ୍ରେମଲତା ଦେବୀ, ସତ୍ୟବାଦୀ ଦାସ, ଶ୍ରଦ୍ଧାଞ୍ଜଳି ଦାସ, ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଅଂଶ ଗ୍ରହଣ କରିଥିଲେ ।


