ଭଗବତ ଚାରିଟେବଲ୍ ଟ୍ରଷ୍ଟ ପକ୍ଷ୍ୟରୁ ଗରିବ ଅସହାୟ ପରିବାରଙ୍କୁ ରାସନସାମଗ୍ରୀ ବଣ୍ଟନ
ବ୍ରହ୍ମପୁର, (ଅନିଲ କୁମାର):ଭଗବତ ଚାରିଟେବଲ୍ ଟ୍ରଷ୍ଟ ବୈକୁଣ୍ଠନଗର ୧ମଗଳି ବ୍ରହ୍ମପୁର,ଗଞ୍ଜାମ। ମଙ୍ଗଳବାର ପୂର୍ବାହ୍ନ ସମୟ ପ୍ରାୟ ୧୦-୩୦ମି ସମୟରେ ସମାଜସେବୀ ଶାନ୍ତନୁଙ୍କ ପ୍ରସ୍ତାବକ୍ରମେ ଗଞ୍ଜାମର ହେମା ଦାସ,ପ୍ରିୟଦର୍ଶନୀ ଦାସ ଓ ରିନାଦାସ ଗରିବ ତଥା ଅସହାୟ ପରିବାରଙ୍କୁ ଏବମ୍ ବାହାଡପଲ୍ଲୀ ଗ୍ରାମ ସମିତି ସଭ୍ୟା ମାମି ଦାସଙ୍କ ପରାମର୍ଶ କ୍ରମେ ଉକ୍ତ ଗ୍ରାମର ସୁମା ଦାସ,କାର୍ତ୍ତିକ ଦାସ,ଚଉଠି ଦାସ,ଅନିତା ଦାସ ୪ଜଣ ଗରିବ ଅସହାୟ ଏପରି ସାତ ଜଣ ପରିବାରଙ୍କୁ ରାସନସାମଗ୍ରୀ ତଥା ଚାଉଳ,ଡାଲି,ତେଲ,ଚୁଡ଼ା,ଚିନି ,ସାବୁନ୍,ସର୍ଫ,ଆଳୁ,ପିଆଜ ସ୍ତ୍ରୀମାନଙ୍କୁ ପୂରୁଣାଶାଢି(ସେମାନଙ୍କ ମନୋନୀତ ପ୍ରକାରେ),୨ଟା ୫ମ ଓ ୭ମ ଶ୍ରେଣୀ ୨ ଝିଅ ପାଇଁ ଖାତା,କଲମ,ପେନସିଲ୍,ରବର ସ୍କୂଲ୍ ବ୍ୟାଗ୍ ଆଦି ଅଧ୍ୟକ୍ଷ ଶ୍ରୀ ଏସ୍ ପ୍ରକାଶଚନ୍ଦ୍ର ପାତ୍ରଙ୍କ ତରଫେ ବଣ୍ଟନ କରାଗଲା,ବଣ୍ଟନ ବେଳେ ଟ୍ରଷ୍ଟର ସଭ୍ୟ ସମାଜସେବୀ ଶ୍ରୀ ଗୁପ୍ତେଶ୍ୱର ସଡଙ୍ଗୀ, ପ୍ରସ୍ତାବକ ଶ୍ରୀ ଶାନ୍ତନୁ ଓ ସମିତିସଭ୍ୟା ମାମି ଦାସ ଉପସ୍ଥିତ ଥିଲେ।


