ଭଗବାନ ପର୍ଶୁରାମ ନିଜ ମା’ଙ୍କ ମୁଣ୍ଡ କାଟିବାର କାରଣ

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ତାଙ୍କ ମାଙ୍କ ମୁଣ୍ଡ କାଟିଦେଇଥିବାର ଆପଣମାନେ ପୁରାଣରେ ପଢ଼ିଥିବେ ଓ ଜାଣିଥିବେ । ତେବେ ଆମ୍ଭମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ପର୍ଶୁରାମଙ୍କ ଏପରି ପଦକ୍ଷେପର କାରଣ । ଶାସ୍ତ୍ରାନୁସାରେ ଜମଦଗ୍ନି ଓ ମାତା ରେଣୁକାଙ୍କ ୫ ପୁଅଙ୍କ ମଧ୍ୟରୁ ପର୍ଶୁରାମ ଥିଲେ ସାନ । ପ୍ରଥମେ ତାଙ୍କ ନାମ ରାମ ଥିଲା । ତେବେ ଶିବଙ୍କଠାରୁ ବରରେ ପ୍ରାପ୍ତ କରିଥିବା ପରଶୁ ଯୋଗୁ ପରେ ସେ ପର୍ଶୁରାମ ଭାବେ ପରିଚିତ ହୋଇଥିଲେ । ପର୍ଶୁରାମ ତାଙ୍କ କ୍ରୋଧୀ ସ୍ୱଭାବ ଯୋଗୁ ମଧ୍ୟ ପରିଚିତ ଥିଲେ । ଥରକର ଘଟଣା । ମାତା ରେଣୁକା ଆଶ୍ରମ ନିକଟସ୍ଥ ନଦୀକୁ ପାଣି ଆଣିବାକୁ ଯାଇଥିଲେ । ସେଠାରେ ସେ ପାଣି ଆଣିବାବେଳେ ଜଣେ ରାଜପୁତ୍ରଙ୍କୁ ଦେଖି ମୋହିତ ହୋଇଯାଇଥିଲେ । ଏପରିକି ସେ କ’ଣ ପାଇଁ ଆସିଛନ୍ତି ତାହା ମଧ୍ୟ ଭୁଲିଯାଇଥିଲେ । ଏଣେ ଆଶ୍ରମରେ ଜମଦଗ୍ନି ରେଣୁକାଙ୍କୁ ଅପେକ୍ଷା କରିଥିଲେ । ସେ ଧ୍ୟାନବଳରେ ରେଣୁକାଙ୍କ ମନୋବସ୍ଥା ଜାଣିପାରି କ୍ରୋଧିତ ହୋଇଥିଲେ । ରେଣୁକା ବିଳମ୍ବରେ ଆଶ୍ରମରେ ଆସି ପହଞ୍ଚିବାରୁ ଜମଦଗ୍ନି ବଡ଼ପୁଅକୁ ମାତାଙ୍କ ବଧ ଲାଗି ନିର୍ଦ୍ଦେଶ ଦେଇଥିଲେ । ହେଲେ ସେ ତାହା ନ କରିବାରୁ ଜଣ ଜଣ କରି ୪ ପୁଅଙ୍କୁ ଏକା ନିର୍ଦ୍ଦେଶ ଦେଇ ବିଫଳ ହେବା ପରେ ଏଥିଲାଗି ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେଇ ମାତାଙ୍କ ସମେତ ୪ ଭ୍ରାତାଙ୍କୁ ବଧ କରିବାକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ