ଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ସାତୋଟି ଘୋଡାଙ୍କ ମହତ୍ତ୍ୱ
ଭଗବାନ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ । ତାଙ୍କୁ ଆଦିତ୍ୟ, ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ । କୁହାଯାଏ ଯେ, ସୂର୍ଯ୍ୟ ଏକମାତ୍ର ଏପରି ଦେବତା ଯାହାଙ୍କ କିରଣ ପୂରା ସଂସାରକୁ ଆଲୋକିତ କରିଥାଏ । ଏହାସହ ତାଙ୍କ ଦର୍ଶନ କରିବା ମଧ୍ୟ ସହଜ । ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ । ସେହି ରଥରେ ଘୋଡାର ଦଉଡି ଅରୁଣ ଦେବଙ୍କ ହାତରେ ରହିଥାଏ । ଭଗବାନ୍ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିବାର ଅନେକ ତାତ୍ପର୍ଯ୍ୟ ରହିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ ।
ଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ଘୋଡା ସମ୍ବନ୍ଧରେ ଧାର୍ମିକ ଗ୍ରନ୍ଥରେ ବିସୃତ ଭାବେ ବର୍ଣ୍ଣନା କରାଯାଇଛି । ସୂର୍ଯ୍ୟଙ୍କ ରଥରେ ଥିବା ସାତୋଟି ଘୋଡା ସାତୋଟି ଆଲୋକ ଦର୍ଶାଇଥାଆନ୍ତି । ସୂର୍ଯ୍ୟଙ୍କ ସାତଟି ଘୋଡାକୁ ଇନ୍ଦ୍ରଧନୁର ସାତଟି ରଙ୍ଗ ସହ ଯୋଡା ଯାଇଛି । ଧ୍ୟାନର ସହ ଦେଖିବାକୁ ଗଲେ ସାତୋଟି ଘୋଡାର ରଙ୍ଗ ପରସ୍ପରଠାରୁ ଭିନ୍ନ ଅଟେ । ଏହାସହ ପ୍ରତ୍ୟେକ ଘୋଡା ମଧ୍ୟ ପରସ୍ପରଠାରୁ ଅଲଗା ଅଟନ୍ତି । କିନ୍ତୁ ପ୍ରତ୍ୟେକ ଘୋଡା ସୂର୍ଯ୍ୟଙ୍କର ନିଜସ୍ୱ କିରଣର ପ୍ରତୀକ ଅଟନ୍ତି । ଭଗବାନ ସୂର୍ଯ୍ୟ ରଥରେ ସାତୋଟି ଘାଡା ସହ ଥିବାର ପ୍ରତିମୂର୍ତ୍ତି ଅନେକ ମନ୍ଦିରରେ ରହିଛି । ସୂର୍ଯ୍ୟଙ୍କ ରଥରେ ଲାଗିଥିବା ଘୋଡା ସପ୍ତାହର ସାତ ଦିନ, ଚକ ଗୋଟିଏ ବର୍ଷ ଓ ଚକରେ ଥିବା ଗାର ୧୨ମାସକୁ ଦର୍ଶାଇଥାଏ ।