ଭଞ୍ଜନଗରରେ ରକ୍ତଦାନ ଶିବିର, ୧୧୧ ୟୁନିଟ ସଂଗ୍ରହ
ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ଆମ ପୁଲିସ ସମିତି ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଘୁମୁସର କ୍ଲବ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏଏସପି ଅମରେଶ ପଣ୍ଡା, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଯୋଗ ଦେଇ ଏହି ଶିବିରର ଉଦଘାଟନ କରିଛନ୍ତି। ଏହି ଶିବିରରେ ୧୧୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏଥିରେ ଅନ୍ୟତମ ଅତିଥି ଭାବେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ପିଡବ୍ଲ୍ୟୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ରମେଶ ପ୍ରସାଦ ସ୍ବାଇଁ, ଅଷ୍ଟମ ସ୍ପେସିଆଲ ଆଇଆରବିଏନ କମାଣ୍ଡେଣ୍ଟ ପି.କେ ଦାସ, ଭଞ୍ଜନଗର ଆରଟିଓ ସୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା. ପିତାମ୍ବର ଦାସ, ବିଏସଏନଏଲ ଏସଡିଓ ଗୌରୀ ଶଙ୍କର ମିଶ୍ର, ସ୍ବତନ୍ତ୍ର ଉପକାରାଗାର ଅଧିକ୍ଷକ ସର୍ବେଶ୍ବର ସାହୁ ଓ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, କୃତିବାସ ବିଶ୍ବାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜ୍ଞାନଚାନ୍ଦ ଜଗନ୍ନାଥ, ବିଶ୍ବମ୍ବର ଜେନା, ଏସଆଇ ନିରଞ୍ଜନ ଦାସ, ଲିତାରାଣୀ ପରିଡା, ସମୀର କୁମାର ବେହେରା, ବିଶ୍ବନାଥ ଜାଲି, ପ୍ରକାଶ ଚନ୍ଦ୍ର ସାହୁ, ଏଏସଆଇ ଜି ଡି ପାତ୍ର, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ଅଶୋକ କୁମାର ମଲ୍ଲିକ, ଏ ବିଷ୍ଣୁପ୍ରିୟା ସେନାପତି, ସୁଶାନ୍ତ କୁମାର ମହାପାତ୍ର, ଗଜେନ୍ଦ୍ର ସ୍ବାଇଁ, ପି ମୃତ୍ୟୁଞ୍ଜୟ ସୁବୁଦ୍ଧି, କାଳୁ ଚରଣ ଗୌଡ, ସୁଧୀର କୁମାର ତ୍ରିପାଠୀ, ଜୟକୃଷ୍ଣ ପଟ୍ଟନାୟକ ,ଲବଙ୍ଗଲତା ନାୟକଙ୍କ ସମେତ ଆମ ପୁଲିସ ସମିତିର ସଭ୍ୟମାନେ ଶିବିରକୁ ପରିଚାଳନା କରିଥିଳେ। ଓଡିଶା ରକ୍ତ ଭଣ୍ଡାର ଭଞ୍ଜନଗର ଶାଖାର ଏଲଟି ସୁରେନ୍ଦ୍ର ମହାପାତ୍ର, ଚିତ୍ତରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ପ୍ରମୋଦ କୁମାର ନାୟକ, ଶ୍ୟାମସୁନ୍ଦର ପୃଷ୍ଟି, ବିପିନ୍ନ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ, ଗଣେଷ ନାୟକ, ପ୍ରମୋଦ କୁମାର ପ୍ରଧାନ ରକ୍ତ ସଂଗ୍ରହ କରଥିଲେ।


