ଭଞ୍ଜନଗରରେ ୫୧ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ବୈଦିକ ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ପୂଜ୍ୟ ସ୍ୱାମୀ ସୁଧା ନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଭଞ୍ଜନଗରରେ ସ୍ଥାପିତ ହୋଇଛି ବେଦ ପ୍ରଚାର ସମିତି।ଏହି ସମିତି ଭଞ୍ଜନଗର ଆଖ ପାଖ ଅଂଚଳରେ ହୋମ ଯଜ୍ଞ କରିବା ସହ ବେଦ ପ୍ରଚାର କରୁଛନ୍ତି, ଏହା ବ୍ୟତୀତ ଏହି ସମିତି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇଛି।ଏହି ବେଦ ପ୍ରଚାର ସମିତି ୨୧କୁଣ୍ଡିୟ, ୫୧କୁଣ୍ଡିୟ,୧୦୮କୁଣ୍ଡିୟ ଯଜ୍ଞ କରିବା ସହ ପ୍ରବଚନ ମାଧ୍ୟମରେ ବେଦର ଉପକାର ଓ ଯଜ୍ଞ କରିବା ଦ୍ୱାରା କଣ ସବୁ ଉପକାର ମିଳେ ସେ ବିଷୟରେ ସୂଚନା ଦିଆଯାଇଛି।ଉନବିଂଶ ଶତାବ୍ଦୀରେ ଯେତେବେଳେ ଦେଶରେ ବିଭିନ୍ନ କୁସଂସ୍କାର ସବୁ ଦେଖିବାକୁ ମିଳିଥିଲା, ସେତେବେଳେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ଵାରା ଏସବୁକୁ ବନ୍ଦ କରାଯାଇ ଥିଲା | ଦୟାନନ୍ଦ ସରସ୍ବତୀଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଦେଶରେ ବହୁ ଅନୁଷ୍ଠାନ ସବୁ ଗଢ଼ି ଉଠିଥିଲା | ତନ୍ମଧ୍ୟରୁ ବେଦ ବ ପ୍ରଚାର ସମିତି ଅନ୍ୟତମ।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବେଳେଶ୍ଵର ପୀଠ ଠାରେ ପୂର୍ବତନ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରାଙ୍କ ସୁପୁତ୍ର ଶିବାଂଶଙ୍କ ଜନ୍ମଦିନ ଅବସରରେ ଓ ବେଦ ପ୍ରଚାର ସମିତିର ପ୍ରଚେଷ୍ଟାରେ ୫୧କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ତଥା ବେଦ ପ୍ରଚାର ସମିତିର କର୍ମ କର୍ତ୍ତା ଯୋଗଦେଇ ଥିଲେ।ଶିବ କୁମାର ନାୟକ ଓ ମନୋଜ କୁମାର ପାଣିଗ୍ରାହୀଙ୍କ ତତ୍ୱବଧାନରେ ଏବଂ ଯଜ୍ଞ ବନପ୍ରାସ୍ଥି ଅନ୍ତର୍ଯ୍ୟାମୀ ପ୍ରଦାନ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସୁଧାଂଶୁ ରଂଜନ ବେହେରା ,ଲାଲ ମୋହନ ନାୟକ,ଶରତ ମହାନ୍ତି,ସୀମାଞ୍ଚଲ ପଟ୍ଟନାୟକ, ପ୍ରମୋଦ କୁମାର ମହାନ୍ତି,ଟୁନା ଜେନା, ବିଜୟ କୁମାର,ପ୍ରମୋଦ କୁମାର ମହାନ୍ତି,ଲିଙ୍ଗରାଜ ନାୟକ,ଶିବ କୁମାର ନାୟକ,ସନ୍ୟାସୀ ଦାସ,ଦୀପ୍ତି ମହାନ୍ତି, ଆରତୀ ପାତ୍ର, ଚିନ୍ମୟୀ ଗୌଡ଼, ଆରତୀବାଲା ପ୍ରଧାନପ୍ରମୁଖ ସହଯୋଗ କରିଥିଲେ।ଆଜିର ଏହି କାର୍ଯ୍ୟ କ୍ରମରେ ବ୍ରହ୍ମପୁର ବେଦ ପ୍ରଚାର ସମିତିର ସଭ୍ୟ ମାନେ ସହଯୋଗ କରିଥିଲେ | ଏହି ପୁଣ୍ୟ ଦିନରେ ଭଞ୍ଜନଗରର ବେଦ ପ୍ରଚାର ସମିତିର ସଭ୍ୟଙ୍କୁ ପୂଜ୍ୟ ଗୁରୁଜୀ ସୁଧାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଓଁମ ଫୋଟୋ ଚିତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା|