ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ ୩ ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଅବକାରୀ ବିଭାଗର ଅଚାନକ ଚଢ଼ାଉ କରି ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ କିଛି ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରେତା ଙ୍କୁ ଗିରଫ କରିବା ସହ ଦେଶୀ ହାତ ରନ୍ଧା ମହୁଲି ମଦ ଓ ବାହାର ଭାଟି ମଦ ଜବତ ସହ ତିନି ଜଣ ବ୍ୟକ୍ତି ଙ୍କୁ ଗିରଫ କରିବା ସହ କୌର୍ଟ ଚାଲାଣ କରିଛି।ଆସାମୀ ମାନେ ହେଲେ ଶଙ୍କର ବିଷୋୟୀ ୩୧ ବର୍ଷ ଗ୍ରାମ ଅଢ଼େଇ ଗାଁ, ପବିତ୍ର ନାୟକ ୩୮ ବର୍ଷ ଗ୍ରାମ ଗାଙ୍ଗପୁର, ରାଜେନ୍ଦ୍ର ପାତ୍ର ୨୨ ବର୍ଷ ଗ୍ରାମ ଜିଲୁଣ୍ଡା।ସେମାନଙ୍କ ଠାରୁ ୧୦୦ଲିଟର ହାତ ରନ୍ଧା ମଦ ଓ ୭୦ ଲିଟର ବାହାର ଭାଟି ମଦ ଜବତ ହୋଇଛି। ଏହି ଅବକାରୀ ଚଢ଼ାଉ ରେ ଅବକାରୀ ଥାନା ନିରିକ୍ଷକ ଅଂଶୁମାନ ଜେନା, ଉପ ନିରିକ୍ଷକଅଲିଭା ମାଝୀ ASI ନିରଞ୍ଜନ ବେହେରା ଓ ଭୁବନି ବେହେରା ସହ ସନାତନ ନାହାକ,ସୁବଳ ପ୍ରଧାନ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ, ସ୍ୱାଧୀନ ସାହୁ ସାମିଲଥିଲେ ।