ଭଞ୍ଜନଗର ଓକିଲ ସଙ୍ଘ ର ନିର୍ବାଚନ ଅଭିମନ୍ୟୁ ଗୌଡ଼ ସଭାପତି, ଅଶୋକ ଜେନା ସମ୍ପାଦକ
ଭଞ୍ଜନଗର(ଯୁଗାବ୍ଦ ନ୍ୟୁୃଜ) :ଶନିବାର ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଆଲତିଆ, ବିମ୍ବାଧର ଷଡଙ୍ଗି , ରମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରାପ୍ତ ସୂଚନା ପ୍ରକାରେ ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ସଭାପତି, ଅଶୋକ ଜେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ସଭାପତି ଅଭିମନ୍ୟୁ ଗୌଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ କୁ ପରାସ୍ତ କରିଥିବା ବେଳେ ସଂଘର ସାମୁହିକ ବିକାଶ ଦିଗରେ ନବନିର୍ବାଚିତ କର୍ମକର୍ତ୍ତାଗଣ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


