ଭଞ୍ଜନଗର କଂଗ୍ରେସ ର ବ୍ଲକ ଘେରାଓ କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାରେ ସମସ୍ତ ବ୍ଲକ ଆଗରେ କଗ୍ରେସ କର୍ମୀମାନେ ଘେରାଓ କରିଥିଲେ।ଏହିପରି ପ୍ରେକ୍ଷୀ ରେ ଭଞ୍ଜନଗର ବ୍ଲକ ର ବହୁ କର୍ମୀ ମାନେ ଭଞ୍ଜନଗର ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ bdo ଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ।ଦୁର୍ନୀତି ଗ୍ରସ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଯେପରି ଭାବେ ବ୍ଲକ ମାନଙ୍କରେ ପିସି କାରବାର କରୁଛି ସେଥିରୁ ନିବୃତ ରହିବାକୁ କହିଛି।ଆଗାମୀ ଦିନରେ ଏହି ଆନ୍ଦୋଳନ ବିଭିନ୍ନ ପଞ୍ଚାୟତ ରେ ହେବ ବୋଲି ବରିଷ୍ଠ କଂଗ୍ରେସ କର୍ମୀମାନେ ପ୍ରକାଶ କରିଥିଲେ।ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଦରଦାମ ବୃଦ୍ଧି, ନାରୀ ନିର୍ଯାତନା,ଚାଷୀ ମାରଣ ନୀତି, ଟାଟା କମ୍ପାନୀରେ ଖାଉଟି ବିରୋଧୀ ନୀତି ବିରୁଦ୍ଧରେ ଆଜି ଭଞ୍ଜନଗର କଂଗ୍ରେସ ପରିବାର ତରଫରୁ ଭଞ୍ଜନଗର ବ୍ଲକ ଓ ଜଗନ୍ନାଥ ପ୍ରସାଦ ବ୍ଲକ ଘେରାଉ କରାଗଲା ଉକ୍ତ କାର୍ଯ୍ୟକ୍ରମ ରେ ପିସିସି ସମ୍ପାଦକ ସୁକାନ୍ତ କୁମାର ଦିଗାଲ, ପିସିସି ସଭ୍ୟ ଦେବି ବିଶୋଇ, ଜିଲ୍ଲା ସମ୍ପାଦକ ଜବାହାରଲାଲ ସାହୁ ଓ ନାରାୟଣ ସେଠି, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ବେଲଗୁଣ୍ଠା ଟାଉନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ଛାତ୍ର ସଭାପତି ବିନାୟକ ପାଣିଗ୍ରାହୀ,ଯୁବ ନେତା ଗିରୀଜା ଶଙ୍କର ଭୂଇଁଆ, ସହସ୍ରାଂଶୁ ରାଉତ,ବିକ୍ରମ ବିଶୋଇ, ଭାସ୍କର ପତି, ସନ୍ତୋଷ ଗୌଡ଼,, ସିମାଞ୍ଚଳ ବିଶୋଇ ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ