ଭଞ୍ଜନଗର ; ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରତିଦିନ ବହୁ ଗଞ୍ଜେଇ ମାଫିଆ ମାନଙ୍କୁ ପୋଲିସ ଗିରଫ କରୁଥବା ଦେଖାଯାଇଛି । ସେହିପରି ସୋମବାର ସକାଳ ସମୟରେ ଭଞ୍ଜନଗର ପୋଲିସ ଏସ.ଆଇ ମନସ୍ୱିନୀ ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ଦୁର୍ଗା ପ୍ରସାଦ ରାସ୍ତାର ନିଧିଆ ପଲି ବସ ଷ୍ଟପ ଠାରେ ଜଣେ ପୁରୁଷ ଓ ମହିଳା ବସ କୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ତଲାସୀ ନେବାରେ ସେମାନଙ୍କ ଠାରୁ ଏକ ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନେ ଦୁହେଁ ପତିପତ୍ନୀ ବୋଲି ଜଣାପଡିଥିଲା ।ସେମାନେ ହେଲେ କୃଷ୍ଣ ସାହୁ(୫୦) ଓ ଉର୍ବଶୀ ସାହୁ(୪୪) ଘର ଜରଡ଼ା ଥାନା କେଳୁଆ ଗ୍ରାମରେ ।ମାଜିଷ୍ଟ୍ରେଟ ଆଲୋକ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ତଦନ୍ତକାରୀ ଅଫିସର ସ୍ନେହା ମଞ୍ଜରୀ ସାହୁ ଜବତ ଗଞ୍ଜେଇ କୁ ଓଜନ କରିବାରେ ତାହା ୧୧,୫୭୦ଗ୍ରାମ ଥିବା ଜଣାପଡିଛି । ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ୪୫୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ