ବୁଦ୍ଧଖୋଲ ରେ କାର୍ତ୍ତିକ ମାସ ପରିଚାଳନା ପାଇଁ ବୈଠକ

ବୁଗୁଡା, (ଅନିଲ ମହାରଣା):ପ୍ରସିଦ୍ଧ ପଞ୍ଚ ମହାଦେବ ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ରେ କାର୍ତ୍ତିକ ମାସ ପରିଚାଳନା ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ବୈଠକ ଅକ୍ଟୋବର ୨୨ ତାରିଖ ଦିନ ବୁଦ୍ଧଖୋଲ ପାଦଦେଶର କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ର ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସମିତିର ସମ୍ପାଦକ ବିଶ୍ୱ ମୋହନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ପୂର୍ବ ବୈଠକର ବିବରଣୀ ପଠନ ପରେ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ସରକାରଙ୍କ କୋଭିଡ ନିୟମ ପାଳନ ସହ ପବିତ୍ର କାର୍ତ୍ତିକ ମାସରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତି ଶୃଙ୍ଖଳା ସହ ପଞ୍ଚ ମହାଦେବଙ୍କୁ ଦର୍ଶନ କରି ଫେରିବେ ସେହି ବିଷୟ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କାର୍ତ୍ତିକ ମାସର କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ବୁଦ୍ଧଖୋଲ ପର୍ବତର ମଧ୍ୟଭାଗରେ ଥିବା ପବିତ୍ର ସିଦ୍ଧଗୁମ୍ଫା କୁ ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିବା ପରେ ସମସ୍ତ ସଦସ୍ୟ ବିଧାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସିଦ୍ଧଗୁମ୍ଫାକୁ ରାସ୍ତା ନିର୍ମାଣ ହେଲେ ଅଧିକାଂଶ ପର୍ଯ୍ୟଟକ ସେଠାକୁ ଯିବା ସମ୍ଭବ ହୋଇପାରିବ। ଏହି ବୈଠକରେ କାର୍ଯକାରୀ ସଭାପତି ଧରଣୀଧର ପଣ୍ଡା, ଉପ ସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ମନୋଜ କୁମାର ମହାନ୍ତି, କୋଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରା, ନିଳାମ୍ବର ବିଷୋୟୀ, ସୁଧାଂଶୁ ଶେଖର ପାଢ଼ୀ, ଅଧିବକ୍ତା ରବୀନ୍ଦ୍ର କୁମାର ପଣ୍ଡା, ଡିଲେଶ୍ବର ପାତ୍ର, ରାମଚନ୍ଦ୍ର ନାୟକ, କବିରାଜ ଗୌଡ଼, ଚିତ୍ରସେନ ପ୍ରଧାନ ଙ୍କ ସମେତ ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଯୁଗ୍ମ ସମ୍ପାଦକ ଗଙ୍ଗାଧର ବିଷୋୟୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ