ଭଞ୍ଜନଗର ଗ୍ରସ୍ତରେ କଂଗ୍ରେସ ଜିଲ୍ଲା ସଭାପତି ରମେଶ ଜେନା ; ଯୁବ ଗୋଷ୍ଠୀ ଙ୍କ ସହଯୋଗରେ ନୂତନ ରଣନୀତି ସହ ଆଗେଇବ କଂଗ୍ରେସ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସିଥିଲେ। ଏହି ଗ୍ରସ୍ତ ଅବସରରେ ଦୀର୍ଘ ଦିନ ଧରି ସୁପ୍ତ ଥିବା ଭଂଜନଗର କଂଗ୍ରେସ ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ଚଳଚଞ୍ଚଳ ହୋଇ ଉଠିଥିଲା। ବାଉଁଶ ଲୁଣ୍ଡି ଠାରେ ଯୁବ ନେତା ତଥା ଭଂଜନଗର କଂଗ୍ରେସ ବ୍ଲକ ସଭାପତି ଅଯୋଧ୍ୟା ନାଥ ମହାପାତ୍ରଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଶ୍ରୀ ଜେନାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ମେନ ରୋଡ଼ ଦେଇ ଭେଜିପୁଟ ସ୍ଥିତ ମୁକ୍ତେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣକୁ ନିଆଯାଇଥିଲା। ସେଠାରେ ଆୟୋଜିତ ସାଙ୍ଗଠନିକ ସଭାରେ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ କାଯ୍ୟକ୍ରମ ସଭାପତିତ୍ୱ କରିଥିଲେ। ଆୟୋଜିତ ସାଙ୍ଗଠନିକ ସଭାରେ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ପିସିସି ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପ୍ରଭାରୀ ବିସ୍ମୟ ମହାପାତ୍ର, ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ପିସିସି କୋର କମିଟି ସଭ୍ୟ ଦେବୀ ବିଷୋୟୀ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ଶମ୍ଭୁନାଥ ପାଣିଗ୍ରାହୀ, ବିଦ୍ୟାଧର ପ୍ରଧାନ ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ ।ସଭାପତି ଶ୍ରୀ ଜେନା ତୃଣମୂଳ ସ୍ତରରୁ ପୂର୍ବତନ କଂଗ୍ରେସ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବା ସହ ଆଗାମୀ ଦିନରେ ଯୁବ ଗୋଷ୍ଠୀଙ୍କ ସହଯୋଗରେ ନୂତନ ରଣନୀତି ଆପଣେଇ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ବିଜୟ ଲାଭ କରିବ। ତେଣୁ ସମସ୍ତ କଂଗ୍ରେସ କର୍ମୀମାନେ ଅନ୍ୟ ରାଜନୈତିକ ଦଳକୁ ଛାଡ଼ି ଦଳୀୟ ନେତାଙ୍କୁ ସମର୍ଥନ ଜଣାଇ ଆଗାମୀ ଦିନରେ ଭଞ୍ଜନଗର ଠାରେ ପୁଣି କଂଗ୍ରେସକୁ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଶ୍ରୀ ଜେନା ଜିଲ୍ଲା ସଭାପତି ଦାୟୀତ୍ୱ ଗ୍ରହଣ କରିବା ପରେ ଯୁବଗୋଷ୍ଠି ବେଶ ସକ୍ରିୟ ଥିବା ବେଳେ ଅନ୍ୟମାନେ ମଧ୍ୟ ଏକ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନରେ ସାମିଲ ହେବାପାଇଁ ସେ କହିଥିଲେ। ଏହି ଅବସରରେ କଂଗ୍ରେସ ନେତା ବିକ୍ରମ ବିଷୋୟୀ, ଜିଲୁ ତ୍ରିପାଠୀ, ରବୀନ୍ଦ୍ର ଗୌଡ଼, ଜବାହରଲାଲ ସାହୁ, ମିଥୁନ ବିଷୋୟୀ,ସୂର୍ଯ୍ୟ ପାଢ଼ୀ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ଜେନା ଭଞ୍ଜନଗର ବ୍ଲକ ଗାଲେରୀ ଓ ହରିଗଡ଼ ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨ପରିବାରର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ