ଭଞ୍ଜନଗର ପୋଲିସ ପାଳନ କଲେ ଦୁର୍ନୀତି ନିବାରଣ ସଚେତନତା ଦିବସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ଭଞ୍ଜନଗର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ,ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଓସ୍ୱାନ ଯୋଗେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ଶପଥ ପାଠ କରାଇଥିଲେ।ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,ଉତ୍କୋଚ ନନେବା,ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପସ୍ଥିତ ଉଚ୍ଚ ପ୍ରଦସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ।ଏହି ଶପଥ ପାଠ କାର୍ଯ୍ୟକ୍ରମ ରେ ଭଞ୍ଜନଗର sdpo ବିଶ୍ଵାମିତ୍ର ହରପଲ,ଥାନା ଅଧିକାରୀ ଭଗବାନ ପୂଜାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ