ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟୀତ୍ଵ ଗ୍ରହଣ ।
ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ଏନ୍ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଋଷି ମାଝୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମରାଜ ପରିଡ଼ାଙ୍କ ନିକଟରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । ପୋଲସରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସେ ପୋଲସରାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ନିଜ ପ୍ରତିକ୍ରୀୟା ରଖିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏନ୍ଏସିର ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ, ଯନ୍ତ୍ରୀ ଓ ସହଯୋଗୀ କର୍ମଚାରୀ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ପୋଲସରା ମିଡ଼ିଆ ହାଉସ୍ ପକ୍ଷରୁ ସାମ୍ବାଦିକ ଜ୍ୟୋତିରଂଜନ ଆଚାରୀ, ମନୋଜ କୁମାର ଘଡେ଼ଇ,ଓ ଶିବପ୍ରସାଦ ସାହୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ ପୂର୍ବରୁ ମାଲକାନଗିରି ଜିଲ୍ଲାର ଉମରକୋଟ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନରୁ ପୋଲସରା ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ଅତିରିକ୍ତ ବିଡିଓ ଧର୍ମରାଜ ପରିଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ ।


