ଭଞ୍ଜନଗର ବ୍ଲକ ଓ ଏନ.ଏ.ସି ରେ ଆରମ୍ଭ ହେଲା ଅମ୍ଳଜାନ ସ୍ତର ଯାଞ୍ଚ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ ଆଜିଠୁ ଅମ୍ଳଜାନ ସ୍ତର ଯାଂଚ ଆରମ୍ଭ ହୋଇଛି। ସେହିପରି ଭଞ୍ଜନଗର ବ୍ଲକର ଜିଲୁଣ୍ଡି ଗ୍ରାମରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ , ଏଏନ୍ଏମ୍ ଦିଦି , ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ଲୋକ ମାନଙ୍କ ଅକ୍ସିମିଟର ଅମ୍ଳଜାନ ସ୍ତର ଓ ସ୍ୱାସ୍ଥ୍ୟ ଯାଂଚ କରିବେ। ଏଥି ନିମନ୍ତେ ଭଞ୍ଜନଗର ବ୍ଲକ ପାଇଁ ୯୦ ରୁ ଉର୍ଦ୍ଧ୍ବ ଓ ଏନ.ଏ.ସି ଅଂଚଳ ପାଇଁ ୮ ଟିମ ଗଠିତ ହୋଇଥିବା ଜଣାପଡିଛି।


