ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରକ୍ତ ହୀନତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରକ୍ତ ହୀନତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ କମ୍ୟୁନିଟି ହେଲଥ ଅଫିସର ଲକ୍ଷ୍ମୀନାରାୟଣ ସାହୁ,ସି.ଆର୍.ସି.ସି ତ୍ରିନାଥ ବେହେରା ଓ ସି.ଆର୍.ସି.ସି ମୋହନ ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ ରକ୍ତହୀନତାର କାରଣ, ନିରାକରଣ ସମ୍ବନ୍ଧୀୟ ଉପାୟ ଆଦିକୁ ଆଲୋଚନା କରିଥଲେ ନିଜ ନିଜ ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଶିକ୍ଷାର୍ଥୀ ତଥା ଅଭିଭାବକମାନଙ୍କୁ ସଚେତନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପିଲାଙ୍କୁ କିପରି କୁପୋଷଣରୁ ମୁକ୍ତ କରାଯିବ ଓ ସୁଷମ ଖାଦ୍ୟ ଗ୍ରହଣ ପାଇଁ ପ୍ରେରଣା ପ୍ରଦାନ କରାଯିବ ସେ ସମ୍ବନ୍ଧୀୟ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମକୁ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଇନ୍ଦାଗଡ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ, ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ଆଖୁପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ରାଓ, ହାତୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ,ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଗୌଡ,ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ ପଟ୍ଟନାୟକ,ତଲିକି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରଧାନ,ଗୁଡିପଦର ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦାଶରଥୀ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଶେଷରେ ଶିକ୍ଷକ ତ୍ରିନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ


